MEllora 950×100

ସିଆରପିଏଫ ୪ର୍ଥ ବାଟାଲିୟନ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁରଠାରେ ବିଜେପୁର ସିଆରପିଏଫ ୪ର୍ଥ ବାଟାଲିୟନ ପକ୍ଷରୁ ଜନ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଆରପିଏଫ ବାଟାଲିୟାନ ଆସିଷ୍ଟେଣ୍ଡ କମାଣ୍ଡେଣ୍ଟ ଉମାକାନ୍ତ ବି. ଗିରାଡ଼କରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ ଦ୍ୱିତୀୟ କମନ ଅଧିକାରୀ ଵିଜୟ କୁମାର ରାଉତ ଯୋଗଦେଇ ଅଞ୍ଚଳବାସୀଙ୍କ ଦୁଃଖସୁଖରେ ସାଥୀହୋଇ ତାଙ୍କର ସୁରକ୍ଷା ଦିଗରେ ସର୍ବଦା ସହଯୋଗର ହାତ ବଢ଼ାଇବା ପାଇଁ ଯବାନମାନେ ସବୁବେଳେ ତତ୍ପର ବୋଲି ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ସିଆରପିଏଫ ୪ର୍ଥ ବାଟାଲିୟନ ଏସଏମଓ ଚନ୍ଦ୍ର ଶେଖର ପଟେଲ, ବିଜେପୁର ଥାନା ଅଧିକାରୀ ଲିଙ୍ଗରାଜ ସେଠୀ, ବିଜେପୁର ସରପଞ୍ଚ ଜନନୀ ମାଝୀ, ନାଏବ ସରପଞ୍ଚ ଇନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଜେପୁର ବିଭିନ୍ନ ଗ୍ରାମର ୭୫ ଜଣ ଗରିବ ମହିଳା ଓ ପୁରୁଷଙ୍କୁ ସୋଲାର ଦୀପ ପ୍ରଦାନ କରାଯାଇଥିଲା।ସେହିପରି ବ୍ଳକର ତ୍ରିଲୋଚନପୁର ପଞ୍ଚାୟତ ସିଆରପିଏଫ କ୍ୟାମ୍ପ ପରିସରରେ ମଧ୍ୟ ଜନ ସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା।ତ୍ରିଲୋଚନପୁର ସିଆରପିଏଫ ୪ର୍ଥ ବାଟେଲିୟାନ ଆସିଷ୍ଟେଣ୍ଟ କମାଣ୍ଡେଣ୍ଟ ପ୍ରବୀଣ କୁମାର ନେଲବାଲଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ଡେପୁଟି କମାଣ୍ଡେଣ୍ଟ ରମେଶ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାମ୍ମାନୀତ ଅତିଥି ଭାବେ ତ୍ରିଲୋଚନପୁର ସରପଞ୍ଚ ଲଷ୍ମୀ ମାଝୀ, ବିଜେପୁର ଥାନା ଅଧିକାରୀ ଲିଙ୍ଗରାଜ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଶିବିରରେ ପଞ୍ଚାୟତର ୧୩ ଗୋଟି ଗ୍ରାମର ୧୫୪ ଜଣ ଗରିବ ପୁରୁଷ ଓ ମହିଳାଙ୍କୁ ଛତା ବଣ୍ଟନ କରାଯାଇଥିଲା। ଏହି ଶିବିରରେ ତ୍ରିଲୋଚନପୁର ସିଆରପିଏଫ ୪ର୍ଥ ବାଟାଲିୟନ ଯବାନ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Comments are closed.