ବ୍ରହ୍ମପୁରରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ଗୁରୁଡ଼ିଝାଟିଆ: କନ୍ୟାମାନେ ଘରର ଆନନ୍ଦ ଓ ଖୁସିର ଗନ୍ତାଘର। ପରିବାରର ସୁଦୃଢ ସେତୁ। ସେମାନଙ୍କ ଖିଲିଖିଲି ହସ ଏକ ସୁନ୍ଦର ସମାଜ ଗଠନ ଦିଗରେ ସହାୟକ ହୋଇଥାଏ। କନ୍ୟା ସନ୍ତାନର ସୁରକ୍ଷା, ଅଭିବୃଦ୍ଧି ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ଆମମାନଙ୍କ କର୍ତ୍ତବ୍ୟ ବୋଲି ମାଧବପୁରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆୟୋଜିତ ରାଷ୍ଟ୍ରିୟ କନ୍ୟା ସନ୍ତାନ ଦିବସ ରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ କହିଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସବିତା ଘଡେଇ ଓ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ୱେତପଦ୍ମା ଦାସ ଅଧୁନା ସମାଜରେ କନ୍ୟାମାନଙ୍କ ପ୍ରତି ହେଉଥିବା ଅବିଚାର, ଶୋଷଣ ଓ କଷଣକୁ ଦୃଢ ଭାବରେ ନିନ୍ଦା କରିବା ସହ ଆମେ ସମ୍ମିଳିତ ଭାବରେ କନ୍ୟା ସନ୍ତାନକୁ ରତ୍ନ ବୋଲି ଭାବି ସେମାନଙ୍କୁ ଅପାର ସ୍ନେହ ଓ ଭଲ ପାଇବା ପ୍ରଦାନ କଲେ ଏକ ସନ୍ତୁଳିତ ସମାଜ ଗଠନ ହୋଇପାରିିିବ ବୋଲି କହିଥିଲେ। ବ୍ଲକ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ତୃଣମୂଳସ୍ତରର ସ୍ୱାସ୍ଥ୍ୟକର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
Comments are closed.