ଗୁରୁଡିଝାଟିଆ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ହେଲେ ଡଃ ରାମଚନ୍ଦ୍ର ସାହୁ

ଗୁରୁଡିଝାଟିଆ : ଗୁରୁଡିଝାଟିଆସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟର ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ପ୍ରାଧ୍ୟାପକ ଡଃ ରାମଚନ୍ଦ୍ର ସାହୁ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ନୂତନ ଅଧ୍ୟକ୍ଷ ଡଃ ସାହୁଙ୍କୁ ସ୍ୱାଗତ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଡଃ ସାହୁ ଏହି ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ପ୍ରଶାସନିକ ଓ ଶୈକ୍ଷିକ ବାତାବରଣରେ ଗୁରୁତର ତ୍ରୁଟି ପାଇଁ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତଥା ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଅଧ୍ୟକ୍ଷ ଅଶୋକ କୁମାର ସାମନ୍ତରାୟଙ୍କୁ ନିଲମ୍ବିତ କରିଥିଲେ ।  ତେଣୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦ ଏକ ପ୍ରକାର ଖାଲିପଡିଥିଲା । ତେଣୁ ଡଃ ସାହୁଙ୍କୁ ଆଜି ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଥିଲା । ନୂତନ ଅଧ୍ୟକ୍ଷ ଡଃ ସାହୁ ମହାବିଦ୍ୟାଳୟର ଶୈକ୍ଷିକ ମାନ, ପାଠଚକ୍ର ଓ ବିଦ୍ୟାର୍ଥୀଙ୍କ ପରୀକ୍ଷା ଫଳାଫଳରେ ଉନ୍ନତି ସାଙ୍ଗକୁ ମହାବିଦ୍ୟାଳୟର ପରିବେଶର ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରିବା ନିମନ୍ତେ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି କହିଥିଲେ ।

Comments are closed.