ମହାଳପଡା ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀ କଖଡି ପଞ୍ଚାୟତର ମହାଳପଡା ଶ୍ରୀରାମ ମନ୍ଦିରର ୮ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଛି । ଶାସ୍ତ୍ରୀୟ ବିଧି ମୁତାବକ ଯାଜ୍ଞିକ ବ୍ରାହ୍ମଣଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେଉଥିବା ବେଳେ ପ୍ରତ୍ୟେହ ସ୍ଥାନୀୟ ଅଞ୍ଚଳର ଆଧ୍ୟାତ୍ମିକ ପ୍ରେମୀ ଶ୍ରୀରାମଭକ୍ତ ପ୍ରଭୂଙ୍କୁ ଦର୍ଶନ ପୂର୍ବକ ପୂଜାର୍ଚ୍ଚନା ପାଇଁ ସମବେତ ହେଉଛନ୍ତି । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ସମାପନ ହୋଇଛି । ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଗ୍ରାମର ସମସ୍ତ ଆବାଳ, ବୃଦ୍ଧ, ବନିତା, ଯୁବକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ସ୍ଥାନୀୟ ପଞ୍ଚାୟତର ସମୂହର ନିର୍ବାଚିତ ପ୍ରତିନିଧି ଶ୍ରଦ୍ଧାଳୁଭକ୍ତ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଭୁଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗଦାନ ପୂର୍ବକ ଆଶୀର୍ବାଦ ଭିକ୍ଷା କରିଥିଲେ।

Comments are closed.