ବଜ୍ରପାତରେ ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ

କଲମପୁର : ବଜ୍ରପାତ ଯୋଗୁଁ ଦୁଇ ସମ୍ପର୍କୀୟ ଭାଇଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ସୋମବାର ସଂଧ୍ୟାରେ ଦେଖା ଦେଇଥିଲା କାଳ ବୈଶାଖୀର ପ୍ରଭାବ । ଏହି କାଳ ବୈଶାଖୀ ଯୋଗୁଁ ବଜ୍ରପାତ ହେବା କାରଣରୁ ତରଭୁଜ ବାଡିରେ ଥିବା ଦୁଇ ସମ୍ପର୍କୀୟ ଭାଇଙ୍କ ଅକାଳ ମୃତ୍ୟୁ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।
ପ୍ରାପ୍ତ ସୁଚନା ଅନୁସାରେ କାଳ ବୈଶାଖୀର ପ୍ରଭାବରେ ବଜ୍ରପାତ ହେବା ଯୋଗୁଁ କଲମପୁର ବ୍ଲକ ଅଧିନସ୍ଥ ମାଟିଖାଲ ଗ୍ରାମ ଭଜନ ଦଳପତି ଏବଂ ପଙ୍କଜ ଦଳପତି (କାଳିଆ)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଦୁଇ ଭାଇ ତାଙ୍କର ତରଭୁଜ ବାଡିରେ ଥିବା ଏକ କୁଡିଆରେ ବସିଥିବା ବେଳେ ବଜ୍ରପାତ ହେଇଥିଲା। ଯାହା ଫଳରେ ସେହି କୁଡିଆ ସହ ଦୁଇ ଭାଇ ଜଳିଯାଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଉଭୟଙ୍କୁ ଖଟିଆ ସହାଯ୍ୟରେ ବୋହି ପରିବାର ଲୋକ କିଛି ବାଟ ନେବା ପରେ ଶବବୁହାଯାନରେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ମଙ୍ଗଳବାର ସକାଳେ ପୁଲିସ ମୃତ ଦେହ ଯାଞ୍ଚ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଟୀ ସ୍ୱାସ୍ତ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ।

Comments are closed.