MEllora 950×100

ରୋଟାରୀ କ୍ଲବ ସମ୍ବଲପୁର ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

ସମ୍ବଲପୁର: ସମ୍ବଲପୁର ଜ଼ିଲ୍ଲା ଯୁଯୋମୁରା ବ୍ଲକ ଘେନୁପାଲି ପଞ୍ଚାୟତ ଅନ୍ତର୍ଗତ ସନାତନପାଲି ଗ୍ରାମରେ ମଙ୍ଗଳବାର ରୋଟାରୀ କ୍ଲବ ସମ୍ବଲପୁର ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ସଫଳତା ସହ ଆୟୋଜନ ହୋଇଥିଲା। ଡାକ୍ତର ଅତନୁ ଠାକୁରଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ମେଟାକ୍ସ ଫଟିଳାଇଜ଼ାର କେମିକାଲ ଲିମିଟେଡ଼ କମ୍ପାନୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିରରେ ସମୁଦାୟ ୩୯୭ ଜଣଙ୍କ ଚିକିତ୍ସା କରାଯିବା ସହିତ ରକ୍ତଚାପ, ମଧୁମେହ, ହେମୋଗ୍ଲୋବିନ ଇତ୍ୟାଦି ପରୀକ୍ଷଣ କରି ଔଷଧ ବିତରଣ କରାଯାଇଥିଲା। ବିଭିନ୍ନ ବିଭାଗର ଡାକ୍ତର ଦୁର୍ଗା ଶଙ୍କର ଶତପଥି, ଡାକ୍ତର ସୁମନ ସାହୁ, ଡାକ୍ତର ଜେ. ପି. ଅଗ୍ରୱାଲ, ଡାକ୍ତର ଅରବିନ୍ଦ ଶତପଥି, ଡାକ୍ତର ସୋମ୍ୟଓ ଶୈଳେଶ, ଡାକ୍ତର ଶିବାଶିଷ ପାଣିଗ୍ରାହୀ, ଡାକ୍ତର ରବି ନାରାୟଣ ମିଶ୍ର, ଡାକ୍ତର ଅମିତ ଡାଲମିଆଁ ପ୍ରମୁଖ ଏହି ଚିକିତ୍ସା ଶିବିରରେ ଯୋଗଦାନ କରିଥିଲେ। ଏହି ଶିବିରରେ ଫିଜିଓ ଥିରୋପି ଚିକିତ୍ସା ମଧ୍ୟ କରାଯାଇଥିଲା। କ୍ଲବର ସଭାପତି ରଣଜୀତ ସିଂ ହୁରା, ସଂପାଦକ ଚିନ୍ମୟ ଶତପଥିଙ୍କ ସହିତ ବରିଷ୍ଠ ଡାକ୍ତର ନାରାୟଣୀ ପଣ୍ଡା , ଡାକ୍ତର ଅଶୋକ ସିଂ, ମେଟାକ୍ସ ଫଟିଳାଇଜ଼ର କେମିକାଲ ଲିମିଟେଡ଼ କମ୍ପାନୀର ଆଞ୍ଚଳିକ ପରିଚାଳକ ସୂର୍ୟ୍ୟକାନ୍ତ ତ୍ରିପାଠୀଙ୍କ ସମେତ କ୍ଲବର ସଦସ୍ୟ / ସଦସ୍ୟା ଗଣ ଶିବିର ଆୟୋଜନରେ ସକ୍ରୀୟ ସହଯୋଗ କରିଥିଲେ।

Comments are closed.