ନୀଳଚକ୍ର ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷଙ୍କ ଜୟନ୍ତୀ ପାଳିତ

ସମ୍ବଲପୁର: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳଚକ୍ର ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ସ୍ଥାନୀୟ ଶାସନ ଭାଲୁବାହାଲ ସ୍ଥିତ ଏକାମ୍ର ବିହାର ଠାରେ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। କଳାରତ୍ନ ବଂଶୀଧର କର ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ହେମନ୍ତ କୁମାର ମହାପାତ୍ର, ଶିକ୍ଷାବିତ ଭକ୍ତ ପ୍ରସାଦ ନନ୍ଦ ମୁଖ୍ୟବକ୍ତା, ଡା. ବିନୋଦ ବିହାରୀ ନାଏକ, ବିଶାଳ ବଂଶଲ, ମୁକେଶ ଲୋହିଆ ଓ ଶିକ୍ଷାବିତ ରବି ନାରାୟଣ ପଣ୍ଡା ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୂର୍ବତନ ସେନା ବାହିନୀର ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ମହିଳା ଏଏସଆଇ ବାସନ୍ତି ନାୟକ, ବିଶାଲ ବଂଶଲଙ୍କୁ ମାନପତ୍ର, ଟ୍ରଫି ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହ ଅମରେନ୍ଦୁ ଦାଶ, ଦେବାଶିଷ ସାହୁ, ଚର୍ତୁଭୁଜ ଗର୍ଡ଼ିଆ, ଭକ୍ତ ପ୍ରସାଦ ପଣ୍ଡା, ରବି ନାରାୟଣ ପଣ୍ଡା, ଜୟରାମ ପଧାନ, ଜୀବର୍ଦ୍ଧନ ରାଉତ, ସଚ୍ଚିଦାନନ୍ଦ ପ୍ରଧାନ, ସୁରେନ୍ଦ୍ର କୁମାର ସାହୁଙ୍କୁ ମଧ୍ୟ ସମାଜସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
Comments are closed.