ମେଗା ଜାତୀୟ ଆଦିବାସୀ ମହୋତ୍ସବ – ଆଦି ମହୋତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ମେଗା ଜାତୀୟ ଆଦିବାସୀ ମହୋତ୍ସବ – ଆଦି ମହୋତ୍ସବ ଉଦଘାଟନ କରିବେ। ଏହି ଉତ୍ସବରେ ୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଏକ ହଜାର ଆଦିବାସୀ କଳାକାର ଅଂଶଗ୍ରହଣ କରିବେ।

ଏହି ମହୋତ୍ସବ ଫେବୃଆରୀ ୧୬ରୁ ଆରମ୍ଭ ହୋଇ ୨୭ ଯାଏଁ ଚାଲିବ ଏବଂ ଏହା ଆଦିବାସୀ ପରମ୍ପରା ସହ ଜଡିତ ସଂସ୍କୃତି, ହସ୍ତଶିଳ୍ପ, ବାଣିଜ୍ୟ ଏବଂ ପାରମ୍ପରିକ କଳାକୁ ପ୍ରଦର୍ଶନ କରିବ। ଆଦିବାସୀ ଉତ୍ପାଦକୁ ଜାତୀୟ ତଥା ଆନ୍ତର୍ଜାତୀୟ ବଜାରରେ ପ୍ରୋତ୍ସାହିତ କରିବା ପାଇଁ ଆଦି ମହୋତ୍ସବ ଏକ ପ୍ରମୁଖ ପ୍ଲାଟଫର୍ମ। ଏହି ମହୋତ୍ସବରେ ୧୭ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୩୯ଟି ବନ ଧନ ବିକାଶ କେନ୍ଦ୍ର ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି |

ଏହି ଉତ୍ସବରେ ଆଦିବାସୀ ହସ୍ତତନ୍ତ, ଚିତ୍ର, ଅଳଙ୍କାର, ବାଉଁଶ, ଖାଦ୍ୟ, ପ୍ରାକୃତିକ ଦ୍ରବ୍ୟ ଏବଂ ଆଦିବାସୀ ରୋଷେଇ ବିକ୍ରୟ ଓ ପ୍ରଦର୍ଶିତ ହେବ। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀମାନଙ୍କର ସମୃଦ୍ଧ ଏବଂ ବିବିଧ ଐତିହ୍ୟ ୨୦୦ରୁ ଅଧିକ ଷ୍ଟଲରେ ପ୍ରଦର୍ଶିତ ହେବ।

Comments are closed.