MEllora 950×100

ପ୍ରଥମ ଥର ପାଇଁ ଦୁବାଇରେ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ସମ୍ବଲପୁର: ଭାରତ ବାହାରେ ପ୍ରଥମ ଥର ପାଇଁ ଏକ କୁଟନୈତିକ ମିଶନରେ ବୀର ସୁରେନ୍ଦ୍ର ସାଏ ଙ୍କ ୨୧୫ତମ ଜନ୍ମ ଜୟନ୍ତୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ୧୨୭ତମ ଜୟନ୍ତୀ ସହିତ ପାଳିତ ହୋଇଯାଇଛି। ସୋମବାର ଦୁବାଇ ସ୍ଥିତ ଆଇଣ୍ଡିଆ କନସୁଲେଟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ସମସ୍ତ ଓଡିଆ ମାନଙ୍କ ପାଇଁ ଏକ ବଡ ଓ ଅଭୂଲା ସ୍ମୃତି ହୋଇଥିବା ବେଳେ କନସୁଲ ଜେନେରାଲ ଡ. ଅମନ ପୁରୀ ବୀର ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପ୍ରବାସୀ ଓଡିଆ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପ୍ରିୟଦର୍ଶୀ ପାଣିଗ୍ରାହୀ ଅନ୍ୟ ବକ୍ତା ମାନଙ୍କ ସହିତ ଓଡ଼ିଶାର ସାହାସୀ ହୃଦୟ ଓ ସମୟ ବିଷୟ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ପ୍ରବାସୀ ଓଡିଆ ସାମିଲ ହୋଇଥିଲେ।

Comments are closed.