MEllora 950×100

ରେଳ ମହାପ୍ରବନ୍ଧକଙ୍କ ସମ୍ବଲପୁର ରେଳ ମଣ୍ଡଳ ନିରୀକ୍ଷଣ

ସମ୍ବଲପୁର: ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ସମ୍ବଲପୁର – ଟିଟିଲାଗଡ଼ – ଲାଞ୍ଜିଗଡ଼ ରୋଡ ସେକ୍ସନ ଏବଂ ବଲାଙ୍ଗୀର – ଝାରତରଲା (ଖୋର୍ଦ୍ଧା ରୋଡ – ବଲାଙ୍ଗୀର ରେଳପଥ) ସେକ୍ସନକୁ ନିରୀକ୍ଷଣ କରିଛନ୍ତି। ଏହି ଅବସରରେ କ୍ଷେତ୍ର ଗୁଡିକରେ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ସହ ଭିତ୍ତିଭୂମି କାର୍ଯ୍ୟ ଗୁଡିକର ନିରୀକ୍ଷଣ ଓ ସମୀକ୍ଷା କରିଥିଲେ। ଏଥି ସହ ସମ୍ବଲପୁର – ଟିଟିଲାଗଡ଼ ସେକ୍ସନର ବରଗଡ଼ ରୋଡ, ବଲାଙ୍ଗୀର ଓ ଟିଟିଲାଗଡ଼ ଷ୍ଟେସନ ତଥା ବଲାଙ୍ଗୀର – ଝାରତରଭା ସେକ୍ସନର ଝାରତରଭା ଷ୍ଟେସନକୁ ମଧ୍ୟ ନିରୀକ୍ଷଣ କରିଥିଲେ। ରେଳ ଭିତ୍ତିଭୂମି ବିକାଶ ନିମନ୍ତେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଥିବାରୁ ଅଞ୍ଚଳର ବିକାଶ କାର୍ଯ୍ୟ ଉପରେ ସେ ତୀକ୍ଷ୍ନ ନଜର ରଖିଛନ୍ତି। ଏଣୁ ମହାପ୍ରବନ୍ଧକ ଶ୍ରୀ ସୁନକର ପରିଦର୍ଶନ ସମୟରେ ଷ୍ଟେସନ ଗୁଡିକରେ ରହିଥିବା ଭିତ୍ତିଭୂମି, ବିକାଶମୂଳକ କାର୍ଯ୍ୟ ଓ ନିର୍ମାଣ କାର୍ଯ୍ୟ ଗୁଡିକୁ ନିରୀକ୍ଷଣ କରିଥିଲେ। ମହାପ୍ରବନ୍ଧକ ଶ୍ରୀ ସୁନକର ଙ୍କ ଗସ୍ତ ସମୟରେ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ବିନୀତ ସିଂ ଏବଂ ପୁର୍ବତଟ ରେଳବାଇ ମୁଖ୍ୟାଳୟ ଓ ସମ୍ବଲପୁର ରେଳ ମଣ୍ଡଳର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Comments are closed.