MEllora 950×100

କେନ୍ଦ୍ରୀୟ ସଂଚାର ବ୍ୟୁରୋ କେନ୍ଦୁଝର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଡେସ୍କ; ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ରୀୟ କାର୍ଯ୍ୟାଳୟ, କେନ୍ଦୁଝର ପକ୍ଷରୁ ଏକ ୨ ଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମପଞ୍ଚାୟତର କାଳିଆବେଡାଠାରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ‘ବେଟି ବଚାଓ, ବେଟି ପଢ଼଼ାଓ’, ୮ବର୍ଷ ସେବା, ସୁଶାସନ ଓ ଗରିବ କଲ୍ୟାଣ ଓ ଜାତୀୟ ଭୋଟର ସଚେତନତା। ଆଜିର ଉଦ୍‌‌ଘାଟନୀ କାର୍ଯ୍ୟକ୍ରମରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଝାଡ଼ବେଲଦା ଜୁନିଅର କଲେଜ୍‌‌ର ଅଧ୍ୟକ୍ଷ ସତ୍ୟନାରାୟଣ ସାହୁ, ଜିଲ୍ଳା ଅଗ୍ରଣୀ ବ୍ୟାଙ୍କର ଅଧିକାରୀ, ସ୍ଥାନୀୟ ସରପଞ୍ଚ ଗୌରୀ ନାୟକ, ସମିତି ସଭ୍ୟା ମମତା ବେହେରା, ଡାକ୍ତର ଜ୍ୟୋତିପ୍ରଜ୍ଞା ଦାଶ, ସମାଜସେବୀ ରାଜଶ୍ରୀ ଉପାଧ୍ୟାୟ, ମଇଦାନକେଲ ସରପଞ୍ଚ ଭାଗୀରଥି ସିଂ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ମାଝୀ ପତାକା ହଲାଇ ଏକ ରାଲିର ଶୁଭାରମ୍ଭ କରିବା ସହ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌‌ଘାଟନ କରିଥିଲେ। କେନ୍ଦ୍ରୀୟ ସଂଚାର ବ୍ୟୁରୋ, କେନ୍ଦୁଝର କାର୍ଯ୍ୟାଳୟର କ୍ଷେତ୍ରପ୍ରଚାର ଅଧିକାରୀ ପାର୍ଥସାରଥୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଅଧିକାରୀ ଜୀବନକୁମାର ସାମନ୍ତସିଂହାର ମଞ୍ଚ ପରିଚାଳନା କରିଥିଲେ।

Comments are closed.