ହାତୀଦାନ୍ତ ଚାଲାଣ କରୁଥିବା ସମୟରେ ଜଣେ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ମେଲାଣ ଗ୍ରାମ ନିକଟରେ ହାତୀ ଦାନ୍ତ ଚାଲାଣ କରୁଥିବା ସମୟରେ କେନ୍ଦୁଝର ଏସିଏଫ ଘନଶ୍ୟାମ ମହାନ୍ତ ନେତୃତ୍ୱରେ ମାଡି ବସିଲା ଘଟଗାଁ ବନ ବିଭାଗ। ଘଟଣାସ୍ଥଳରୁ ୨ଟି ହାତୀ ଦାନ୍ତ ଜବଦ କରିବା ସହିତ ଜଣଙ୍କୁ ଗିରଫ କରିଛି ଘଟଗାଁ ବନ ବିଭାଗ। ହାତୀ ଦାନ୍ତ ଚାଲାଣ ସମ୍ପର୍କରେ ବନ ବିଭାଗ ଖବର ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ଠାରୁ ଏହି ଚାଲାଣକାରୀଙ୍କୁ ପିଛା କରିଥିଲା ଏବଂ ଆଜି ଅପରାହ୍ନରେ ଘଟଗାଁ ଅନ୍ତର୍ଗତ ମେଲାଣ ଗ୍ରାମ ନିକଟବର୍ତ୍ତି ୨୦ ନଂ ଜାତୀୟ ରାଜପଥ ନିକଟରେ ରାସ୍ତା ଚାଲାଣକାରୀକୁ ଧରିବାରେ ସଫଳ ହୋଇଥିଲା। ଘଟଣାସ୍ଥଳରୁ ୨ଟି ହାତିଦାନ୍ତ ବନ ବିଭାଗ ଜବଦ କରିବା ସହିତ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଦାନ୍ତ ଦୁଇଟିର ଓଜନ ୧୦ କିଲୋ ୭୫୦ଗ୍ରାମ ବୋଲି ଜଣାପଡିଛି। ଏଭଳି କାର୍ୟ୍ୟ ପଛରେ ଏକ ବଡ଼ ରାକେଟ କାମ କରୁଥିବା ନେଇ ବନବିଭାଗ ଜାଣିବାକୁ ପାଇଛି ଆଗକୁ କିପରି ଏହି ଘଟଣାରେ ସମ୍ପୁକ୍ତ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କେନ୍ଦୁଝର ଡିଏଫଓ ଏଚଡ଼ି ଧନରାଜ ପ୍ରେସମିଟରେ ସୂଚନା ଦେଇଛନ୍ତି।

Comments are closed.