ତିଗିରିଆରେ ରାଷ୍ଟ୍ରୀୟ ଲୋକ ଅଦାଲତ

ତିଗିରିଆ: ତିଗିରିଆ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ତିଗିରିଆ ତାଲୁକ ଆଇନସେବା କମିଟିର ଅଧ୍ୟକ୍ଷା ତଥା ଅଦାଲତର ବିଚାରପତି ସୁଶ୍ରୀ ପ୍ରେରଣାଶ୍ରୀ ଦେଓ ଆନୁଷ୍ଠାନିକ ଭାବେ ପରିଚାଳନା କରିଥିଲେ। ତାଲିକାଭୁକ୍ତ ହୋଇଥିବା ୩ ଗୋଟି ଦେଓବ୍ୱାନୀ ମକଦ୍ଦମା ମଧ୍ୟରୁ ୧ ଗୋଟି ଓ ୪୪ ଗୋଟି ଫୋୖଜଦାରୀ ମାମଲା ମଧ୍ୟରୁ ୩୮ ଗୋଟି ମାମଲା ‘ଏସଲା ହୋଇଥିବା ବେଳେ ରାଜସ୍ୱ ତାଲିକାଭୁକ୍ତ ୨୮୨ଗୋଟି ମାମଲା ମଧ୍ୟରୁ ୨୩୪ଗୋଟି ‘ଏସଲା ହୋଇ ଟ ୧, ୧୩, ୬୩୧ଟଙ୍କା ମାତ୍ର ଆଦାୟ ହୋଇଥିଲା। ଅନାଦେୟ ଋଣ ୪୦ ଗୋଟି ମାମଲା ମଧ୍ୟରୁ ୩ଗୋଟି ‘ଏସଲ ହୋଇ ମୋଟ ୭,୫୦୦ମାତ୍ର ବକେୟା ଋଣ ଆଦାୟ ହୋଇଛି। ଏହି କାର୍ୟ୍ୟକ୍ରମରେ ସ୍ଥାନୀୟ ଓକିଲ ସଂଘର ସଭାପତି ସରୋଜ କୁମାର ସାହୁ, ଉପସଭାପତି ଶ୍ରୀକାନ୍ତ କୁମାର ସାହୁ, ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ବିକ୍ରମ କେଶରୀ ଦାଶ, ରମେଶ ଚନ୍ଦ୍ର ମାଝୀ, ତନ୍ମୟ କୁମାର ମିଶ୍ର, ଶାନ୍ତନୁ କୁମାର ଦାଶ, ରଞ୍ଜନ କୁମାର ମହାରଣା, ସଞ୍ଜୟ କୁମାର ଦାଶ, ସୁଚିତ୍ର କୁମାର ସାହୁ ତଥା ସରକାରୀ ଓକିଲ ମଙ୍ଗଳକୃଷ୍ଣ ଦାସ ପ୍ରମୁଖ ଆଇନଜୀବୀ ଏବଂ ୟୁକୋ ବ୍ୟାଙ୍କ ତିଗିରିଆ ଶାଖା, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ନୂଆପାଟଣା ଶାଖା କର୍ମଚାରୀ ଓ ତିଗିରିଆ ଅଦାଲତର କର୍ମଚାରୀମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.