ଢେଙ୍କିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ

ପାଟଣା : ଢେଙ୍କିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଅଭିଭାବକ ଶିକ୍ଷକ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସହ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ଯୋଗଦେଇ ଉପସ୍ଥିତ ଅଭିଭାବକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଗ୍ରୀଷ୍ମ ଅବକାଶରେ ଛାତ୍ରଛାତ୍ରୀ ମାନେ ଘରେ ରହି ପାଠ ପଢିବା ପାଇଁ ସୂଚନା ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବରେ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ସଚ୍ଚିଦାନନ୍ଦ ପ୍ରଧାନ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚକ୍ରଧର ରାଉଳ ବୈଠକରେ ଯୋଗ ଦେଇଥିଲେ । ଉପସ୍ଥିତ ୧୩୨ ଜଣ ଅଭିଭାବଙ୍କୁ ସଭାରେ ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମାର ଦତ୍ତ ଏହି ସଭାର ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ। ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆଜିର ସଭାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ପ୍ରଥମ ଅବିଭାବକ ଓ ଶିକ୍ଷକ ସଭାରେ ଉପସ୍ଥିତ ସଦସ୍ୟ ସଦସ୍ୟା ମାନେ ଆଗ୍ରହ ପ୍ରକାଶ କରି ବିଦ୍ୟାଳୟର ଉନ୍ନତି କାମନା କରିଥିଲେ ।

ସେହିପରି  ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫୭ ଜଣ ଅଭିଭାବକ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ କ୍ଷେତ୍ରମୋହନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଶିକ୍ଷକ କମଳାକାନ୍ତ ପତି ବୈଠକର ଉଦ୍ଦେଶ୍ୟ ବିଷୟରେ କହିଥିଲେ ।ବୈଠକକୁ ବିଦ୍ୟାଳୟ ପରିଚାଳନା ସମିତି ସଭାପତି କଳ୍ପତରୁ କର ଉଦଘାଟନ କରିଥିଲେ। ଖରା ଛୁଟିରେ ନିଜ ନିଜର ପିଲାମାନଙ୍କୁ ଘରେ ଥିବା ସମୟରେ ବାପା, ମା ବଡ଼ ଭାଇ ଭଉଣୀମାନେ ନଜରରେ ରଖିବା ସହ ସେମାନଙ୍କୁ ପାଠ ପଢିବା ପ୍ରତି ସଚେତନ ରହିବାକୁ ପରାମର୍ଶ ଦିଆଯାଇଥିଲା। ଶିକ୍ଷକ ପ୍ରକାଶ ମିଶ୍ର ,ସସ୍ମିତା ନାୟକ ଓ ମନସ୍ମିତା ମିଶ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Comments are closed.