କଂଗ୍ରେସ ପକ୍ଷରୁ ହାତ ସେ ହାତ ଯୋଡ କାର୍ଯ୍ୟକ୍ରମ ଆରମ୍ଭ

ବୌଦ୍ଧ: ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପଂଚାୟତସ୍ତରରେ ହାତ ସେ ହାତ ଯୋଡ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲା କଂଗ୍ରେସ କମିିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ କଣ୍ଟାମାଳ ବ୍ଲକର ଆମ୍ବଗାଁ ଓ ହରଭଙ୍ଗା ବ୍ଲକର ବନ୍ଧାପଥର ପଂଚାୟତରେ ଆରମ୍ଭ ହୋଇଛି। ଏହି କାର୍ୟ୍ୟକ୍ରମ ପ୍ରତ୍ୟକ ପଂଚାୟତସ୍ତରରେ ଆସନ୍ତା ମାର୍ଚ୍ଚ ୩୦ ତାରିଖ ପର୍ୟ୍ୟନ୍ତ ଚାଲୁରହିବ। କଣ୍ଟାମାଳ ବ୍ଲକରେ ବରିଷ୍ଠ ନେତା ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ବେଳେ ହରଭଙ୍ଗା ବ୍ଲକରେ କାର୍ୟ୍ୟକ୍ରମ ଜିଲ୍ଲା ସଂଯୋଜକ ଶାନ୍ତନୁ ମହାପାତ୍ରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। କାର୍ୟ୍ୟକ୍ରମରେ ହରଭଙ୍ଗା ବ୍ଲକ ସଭାପତି ପଙ୍କଜ କର୍ଣ୍ଣ, ରୋହିତାସ୍ୱ ବେହେରା, ପଲସ୍ତି ପ୍ରଧାନ, ବେଣୁଧର ମେହେର,ତାରେଣୀ ଜେନା, ନାରାୟଣ ବେହେରା, ମଙ୍ଗଳୁ ମେହେର, ଅର୍ଜ୍ଜୁନ ମହାନନ୍ଦିଆ, ଅଭିଳାଷ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ।

Comments are closed.