ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ହେଲା ୧୪ଟି ଜିଲ୍ଲା

ଡେସ୍କ: ରାଜ୍ୟରେ ଥିବା ଆଦିବାସୀଙ୍କ ସାମଗ୍ରିକ ବିକାଶ ସହ ସେମାନଙ୍କ ଜୀବନଶୈଳୀ, ପରମ୍ପରା, ଖାଦ୍ୟ ଓ ସଂସ୍କୃତିକୁ ଅଗ୍ରାଧିକାର ଦେବା ଉଦ୍ଦେଶ୍ୟରେ ଆଜ ରାଜ୍ୟ ସରକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ଆଉ ୧୪ଟି ଜିଲ୍ଲାକୁ ସାମିଲ କରିଛନ୍ତି। ଭୁବନେଶ୍ୱର ୟୁନିଟ୍-୧ ଆଦିବାସୀ ପ୍ରଦର୍ଶନ ପଡ଼ିଆରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ହୋଇଥିବା ୧୪ଟି ଜିଲ୍ଲା ହେଉଛି ଅନୁଗୁଳ, ବାଲେଶ୍ୱର, ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଂଜାମ, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, ନୂଆପଡା, ନୟାଗଡ଼ ଓ ସମ୍ବଲପୁର।

ଏହି ନୂଆ ୧୪ଟି ଜିଲ୍ଲାକୁ ମିଶାଇ ଏବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ଜିଲ୍ଲା ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ପୂର୍ବରୁ ଏଥିରେ ୯ଟି ଜିଲ୍ଲା ରହିଥିଲା। ଏହା ଅଧୀନରେ ଏଣିକି ୧୭୨ଟି ବ୍ଲକର ୮୦ ଲକ୍ଷ ଲୋକ ଉପକୃତ ହେବେ। ଚଳିତ ବର୍ଷ ରାଜ୍ୟ ସରକାର ଏଥିପାଇଁ ୨୨୩ କୋଟି ବ୍ୟୟ ବରାଦ କରାଯାଇଛି। ୨୦୧୮ରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ୯ଟି ଜିଲ୍ଲାର ୬୦ ଲକ୍ଷ ଲୋକ ସାମିଲ ହୋଇଥିଲେ।

Comments are closed.