ହତ୍ୟା ଘଟଣାରେ ୩ ଜଣଙ୍କୁ ଅଦାଲତ ଚାଲାଣ

ତିଗିରିଆ: ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଈପୁର ଗ୍ରାମର ବିଶ୍ଵନାଥ ବାରିକ ଓରଫ୍ ମଣ୍ଟୁ ହତ୍ୟା ମାମଲାରେ ପୁଲିସ ଅଟକ ରଖିଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର ଅଦାଲତ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ଗୋକର୍ଣ୍ଣଖାଲ ଗ୍ରାମର ଆନନ୍ଦ ବେହେରା, ଶ୍ରୀକାନ୍ତ ବେହେରା ଓ ଲକ୍ଷ୍ମଣ ନାୟକ। ପୁଲିସ ଅଭିଯୁକ୍ତଙ୍କୁ ବଡମ୍ବା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି କାବୁ କରିବାରେ ସଫଳ ହୋଇଥିଲା। ତେବେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି, ମାଣିଆବନ୍ଧ ଥାନା ପୁଲିସ ଓ ତିଗିରିଆ ଥାନା ପୁଲିସଙ୍କ ଉପସ୍ଥିତିରେ ହତ୍ୟାକାଣ୍ଡସ୍ଥଳରେ ତଦନ୍ତ କରାଯିବା ସହିତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.