ବିଶ୍ୱହିନ୍ଦୁ ପରିଷଦର ବନ୍ଦ ଡାକରା, କଲମପୁର ଅଂଚଳରେ ବନ୍ଦ ହେଲା ଦୋକାନ ବଜାର

କଲମପୁର: ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ କରି ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳଙ୍କ ସମେତ ସମସ୍ତ ହିନ୍ଦୁ ସଂଗଠନ ଏବଂ ବିଜେପି ସମର୍ଥନରେ ଆଜି ସକାଳୁ କଲମପୁର ମୁଖ୍ୟ ବଜାରର ଦୋକାନ ବଜାର ସମେତ ବ୍ୟାଙ୍କ, ତହସିଲ, ଶିକ୍ଷା ବିଭାଗ ଓ ବ୍ଲକ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିଲା। ପୁଣ୍ଡରୀକାକ୍ଷ ନାଏକ, ଦୟାରାମ ଗୁପ୍ତା, ରାଜେଶ ଶର୍ମା, ରାଜେଶ କୁମାର ମୁଣ୍ଡ, ହିତେଶ ପାତ୍ର, ଯଦୁମଣି ବଗର୍ତି, ବିରେନ୍ଦ୍ର ସାହୁ, ସୌରଭ ବେହେରା, ହେମନ୍ତ ବେହେରା, ହରେକୃଷ୍ଣ ସାହୁ ପ୍ରମୁଖ ଯୁବ କର୍ମୀଙ୍କ ନେତୃତ୍ୱରେ ବରିଷ୍ଠ ବି.ଜେ.ପି ନେତା ବିଜୟ କୁମାର ପଣ୍ଡା, କମଳ ବାଗ, ଶୁସିଳ ପତି, ଦୈତାରୀ ବାରିକ, ଅରୁଣ କୁମାର ପଣ୍ଡା ସାଂସଦ ପ୍ରତିନିଧି ହୃଷିକେଶ ବେହେରା ପ୍ରମୁଖ ଏହି ବନ୍ଦ ପାଳନରେ ସାମିଲ ହେଇଥିଲେ।

Comments are closed.