ଓସାର ଜିଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ଚୌଦ୍ୱାର : ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ କଟକ ଜିଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଚୌଦ୍ୱାର ପୌର ପାଳିକା ୧୦ ନମ୍ବର ୱାର୍ଡ଼ ଅନ୍ତର୍ଗତ ବଧୀସ୍ଥିତ କାଳୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ସଂଗଠନର କଟକ ଜିଲା ଅବାହକ ଶ୍ରୀକାନ୍ତ ପାକଳଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ସଂଗଠନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଯୋଗଦେଇ ରାଜ୍ୟରେ ସରକାରୀ କାର୍ଯ୍ୟରେ ଅର୍ଥ ଆତ୍ମସାତ, ପ୍ରିୟାପ୍ରିତି ତୋଷଣ, ସରକାରୀ ଜମି ହଡ଼ପ ଓ ବିଭିନ୍ନ ଅନିୟମିତତା ସମ୍ପର୍କରେ ଆଲୋଚନା କରି ଏସବୁ ଉପରେ ତିକ୍ଷ୍ଣ ନଜର ରଖି ଏସବୁକୁ ଲୋକ ଲୋଚନକୁ ଆଣିବା ଓ ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆବାହକ ଶ୍ରୀ ପାକଳ ସାଂଗଠନିକ କାର୍ଯ୍ୟର ବିବରଣୀ ପ୍ରଦାନ କରି ବିଭିନ୍ନ ପଞ୍ଚାୟତରେ ସୂଚନାଅଧିକାର କର୍ମୀଙ୍କ ପ୍ରଶିକ୍ଷଣ ପାଇଁ କରାଯାଇଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ହରିହର ବେଉରା, ଭୀମସେନ ବିଶ୍ୱାଳ, ସୁରେଶ ରାଉତରାୟ, ଚନ୍ଦ୍ର ପ୍ରକାଶ ପଟ୍ଟନାୟକ, ପ୍ରକାଶ ମୁଦୁଲି, ମନୋରଞ୍ଜନ ଭୁୟାଁ, ପ୍ରତାପ ଜେନା, ଆଶୁତୋଷ ବରାଳ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Comments are closed.