ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ

ଆଠଗଡ଼ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ନିର୍ବାଚନ ପରିପ୍ରେକ୍ଷୀରେ ଶନିବାର ଆଠଗଡ଼ ଅଦାଲତରେ ଭୋଟ ଗ୍ରହଣ କରାଯାଇଥିଲା। ଆଠଗଡ଼ ଏସଡିଜେଏମ ଏସ କୁନମୁନ ଆଚାରୀ ପୋଲିଂ ଅଫିସର ଭାବେ ଏହି ନିର୍ବାଚନ କରିଥିବା ବେଳେ ଏଠାରେ ଆଠଗଡ଼ ଓ ତିଗିରିଆ ଓକିଲ ସଂଘର ସଭ୍ୟମାନେ ମତଦାନ କରିଥିଲେ। ଆଠଗଡ଼ର ବୁଥ୍‌‌ ନଂ୭୯ରେ ତିଗିରିଆ ଓ ଆଠଗଡ଼ର ମୋଟ ୧୭୯ ପଞ୍ଜିକୃତ ଆଇନଜୀବୀଙ୍କ ମଧ୍ୟରୁ ୧୬୦ଜଣ ସେମାନଙ୍କର ମତଦାନ ସାବ୍ୟସ୍ତ କରିଥିବା ପୋଲିଂ ଅଫିସରଙ୍କ ସୁତ୍ରରୁ ପ୍ରକାଶ। ସୂଚନାଯୋଗ୍ୟ ପ୍ରତି ୫ବର୍ଷରେ ହେଉଥିବା ରାଜ୍ୟ ଆଇନଜୀବୀ ପରିଷଦର ନିର୍ବାଚନରେ ମୋଟ ୨୫ଟି ସଭ୍ୟ ପଦବୀ ଲାଗି୍‌‌ ୯୬ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ସେଥିରେ ଆଠଗଡ଼ ଓକିଲ ସଂଘର ବରିଷ୍ଠ ସଦସ୍ୟ ଫଣିଭୂଷଣ ରଥ ଅନ୍ୟତମ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ ଭଳି ଏଥିରେ ମଧ୍ୟ ମତଦାତାମାନେ ପ୍ରାର୍ଥୀଙ୍କୁ ୧ମ ରୁ ୫ମ ପସନ୍ଦ ଭାବେ ମତଦାନ କରିବେ ବୋଲି ଜଣାପଡ଼ିଛି। ଶନିବାର ନିର୍ବାଚନ ପରେ ଭୋଟ ବାକ୍ସ ଆଠଗଡ଼ ସମେତ ରାଜ୍ୟର ଅନ୍ୟ ସମସ୍ତ ଅଦାଲତରୁ କଟକ ଆସିବା ପରେ ସେଠାରେ ଭୋଟ ଗଣତି କରାଯିବ ବୋଲି ଜଣାପଡ଼ିଛି। ଆଠଗଡ଼ରେ ମତଦାନ କାର୍ଯ୍ୟରେ ଅଦାଲତର କର୍ମଚାରୀ ଜ୍ଞାନରଞ୍ଜନ ପଣ୍ଡା ଓ ଅରବିନ୍ଦ ବିଶ୍ୱାଳ ଏବଂ ପ୍ରାର୍ଥୀଙ୍କ ପ୍ରତିନିଧି ଭାବେ ଆଇନଜୀବୀ ସୁଶାନ୍ତ କୁମାର ମିଶ୍ର ଓ ଦୀପକ ପ୍ରସାଦ ମାନସିିଂହ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.