ବୁଲିବାକୁ ଯାଆନ୍ତୁ ଓଡ଼ିଶାର କାଶ୍ମୀର ଭାବେ ପରିଚିତ ମନଲୋଭା ପର୍ଯ୍ୟଟନସ୍ଥଳୀ 

ଓଡ଼ିଶା ନିଜର ପ୍ରାକୃତିକ ସୁନ୍ଦରତା ପାଇଁ ସାରା ଦୁନିଆରେ ଏହା ବେଶ ପ୍ରସିଦ୍ଧ। ଓଡ଼ିଶାରେ ଥିବା ଚିଲିକା ହ୍ରଦ, ମାନଗ୍ରୋବ (ଗ୍ରୀଷ୍ମମଣ୍ଡଳୀୟ ଏକ ପ୍ରକାର ବୃକ୍ଷ)ର ଜଙ୍ଗଲ ନିଜର ସୌନ୍ଦର୍ଯ୍ୟ ପାଇଁ ବେଶ ପରିଚିତ। ଏହା ବ୍ୟତୀତ ଆପଣଙ୍କୁ ନିଶ୍ଚୟ ଜଣାଥିବ କାଶ୍ମୀର ଭଳି ଏକ ସୁନ୍ଦର ହିଲଷ୍ଟେସନ ଓଡ଼ିଶାରେ ମଧ୍ୟ ରହିଛି। ଏଠାକୁ ଭ୍ରମଣ ପାଇଁ ଯାଉଥିବା ପର୍ଯ୍ୟଟକ ଏହାକୁ ଓଡ଼ିଶାର କାଶ୍ମୀର ବୋଲି କହିଥାଆନ୍ତି। ଜାଣନ୍ତୁ ଏହା ବିଷୟରେ ……

ଓଡ଼ିଶାର ଦାରିଙ୍ଗବାଡ଼ି କାଶ୍ମୀର ଠାରୁ କିଛି କମ ନୁହେଁ ବୋଲି ବହୁ ଲୋକଙ୍କ ଧାରଣା। ଏହା କାଶ୍ମୀର ଠାରୁ ଛୋଟ ମାତ୍ର ଖୁବ ସୌନ୍ଦର୍ଯ୍ୟମୟ ସ୍ଥାନ। ଏହା ଓଡ଼ିଶାର ଏପରି ଏକ ମାତ୍ର ସ୍ଥାନ ଯେଉଁଠାରେ ଶୀତଦିନେ ବରଫପାତ ହୋଇଥାଏ। ଏଠାକୁ ଲୋକେ ଶୀତ ଦିନେ ଓ ଖରାଦିନେ ମଧ୍ୟ ବୁଲିବାକୁ ଆସିଥାଆନ୍ତି। ଅଧିକାଂଶ ପର୍ଯ୍ୟଟକ ଶୀତ ଦିନେ ଏଠାକୁ ଆସିବାକୁ ଅଧିକ ପସନ୍ଦ କରିଥାଆନ୍ତି।

ପାହାଡ଼ରେ ନିକଟରେ ଦେବଦାରୁ ବୃକ୍ଷ, ଅତିସୁନ୍ଦର ପ୍ରାକୃତିକ ଦୃଶ୍ୟ, ପର୍ବତ, ଝରଣା ଆଦି ମନ ମୋହିଥାଏ। ପର୍ଯ୍ୟଟକଙ୍କୁ ଏହା ଖୁବ ପସନ୍ଦ ଆସିଥାଏ।

ମହେନ୍ଦ୍ରଗିରି ଓଡ଼ିଶାର ଗଜପତି ଜିଲାରେ ଅବସ୍ଥିତ। ଏହି ସ୍ଥାନଟିର ଚାରିପାଖରେ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରି ରହିଛି। ଏଠାକାର ସୁନ୍ଦରତା ମନରେ ଏକ ଅବିସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥାଏ।

ଗଜପତି ଜିଲାର ମୋହନାର ନିକଟରେ ଥିବା ତପ୍ତପାଣି , ପ୍ରାୟ ସମୁଦ୍ରସ୍ତର ଠାରୁ ୧୮୦୦ ଫୁଟ ଉଚ୍ଚରେ ରହିଛି। ତପ୍ତପାଣି, ଉଷ୍ଣ ଜଳ ଯୋଗୁଁ ପ୍ରସିଦ୍ଧ। କୁହାଯାଏ ଏହି ଜଳରେ ସ୍ନାନ କରିବା ଦ୍ୱାରା ବହୁ ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହାଛଡ଼ା ଏଠାରେ ହରିଣ ମାନଙ୍କର ଏକ ସୁନ୍ଦର ପାର୍କ ମଧ୍ୟ ରହିଛି। ଏହି ପାର୍କରେ ବିଭିନ୍ନ ପ୍ରଜାତିର ହରିଣ ଆପଣ ଦେଖିପାରିବେ।

Comments are closed.