କରୋନା ଟିକାକରଣ ଅଭିଯାନ : ତୃତୀୟ ସ୍ଥାନରେ ଓଡିଶା

ଭୁବନେଶ୍ବର : କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶ ବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଓଡିଶା ବେଶ୍‍ ସଫଳତା ହାସଲ କରିଛି। ଟିକାକରଣ କ୍ଷେତ୍ରରେ ଓଡିଶା ସାରା ଦେଶରେ ଓଡିଶା ତୃତୀୟ ସ୍ଥାନ ଅଧିକାର କରିଛି।

ଶୁକ୍ରବାର ସୁଦ୍ଧା ରାଜ୍ୟରେ ୧ ଲକ୍ଷ ୨୧ ହଜାର ୪ଜଣ ହିତାଧିକାରୀଙ୍କୁ ଟିକାଦାନ କରାଯାଇଛି। ଗତକାଲି ଗୋଟିଏ ଦିନରେ
୪୩୬ଟି ସେସନରେ ୩୭ହଜାର ୬୭ଜଣଙ୍କୁ ଟିକାଦାନ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ୪୪ହଜାର ୮୮୦ଜଣ ହିତାଧିକାରୀ ଟିକା ଦିଆଯାଇଛି। ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୧୨୧ ପ୍ରତିଶତ।

ଅନ୍ୟପକ୍ଷରେ ଆଜି ରାଜ୍ୟରେ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ ଟିକା ପହଞ୍ଚିଛି।

Comments are closed.