୭ରୁ ହାଇବ୍ରିଡ଼ ମୋଡ଼ରେ ଚାଲିବ ଉଚ୍ଚ ନ୍ୟାୟାଳୟ

କଟକ : ଓଡିଶା ଉଚ୍ଚ ନ୍ୟାୟାଳୟ ଏଣିକି ହାଇବ୍ରିଡ଼ ମୋଡ଼ରେ ଚାଲିବ। ଉଭୟ ଆଭାସି (ଭରଚୁଆଲ) ଓ ପ୍ରତ୍ୟକ୍ଷ (ଫିଜିକାଲ) ମୋଡ଼ରେ ମାମଲା ଶୁଣାଣି ହେବ। ତେବେ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟ ଚାଲିବ। ଆସନ୍ତା ୭ରୁ ଉଚ୍ଚ ନ୍ୟାୟାଳୟରେ ଏହି ବ୍ୟବସ୍ଥା ଲାଗୁ ହେବ। ସୂଚନା ଯୋଗ୍ୟ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଜାନୁଆରୀ ୧୦ରୁ ଫେବୃଆରୀ ୪ ପର୍ଯ୍ୟନ୍ତ ଚାଲୁଥିଲା ଉଚ୍ଚ ନ୍ୟାୟାଳୟ। ଏଥି ସହିତ କେବଳ ଆଭାସି ବ୍ୟବସ୍ଥାରେ ମାମଲା ଶୁଣାଣି ଚାଲିଥିଲା। କରୋନା ସଂକ୍ରମଣ ସ୍ଥିତିରେ ସୁଧାର ସହିତ ସରକାର ଜାନୁଆରି ୩୧ରେ ଜାରି କରିଥିବା ବିିଜ୍ଞପ୍ତିକୁ ବିଚାରକୁ ନେଇ ଉଚ୍ଚ ନ୍ୟାୟାଳୟ ତରଫରୁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ହାଇବ୍ରିଡ୍ ମୋଡରେ ମାମଲା ଶୁଣାଣି ଫେବୃଆରୀ ୭‌ରୁ ଆରମ୍ଭ ହେବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

Comments are closed.