ବିବାହ ପ୍ରତିଶ୍ରୁତି​‌ ଦେଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ : ହାଇକୋର୍ଟ

ଭୁବନେଶ୍ବର : ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ନିମ୍ନ ଅଦାଲତଙ୍କ ଦ୍ବାରା ଜଣେ ବଳାତ୍କାର ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି ଗୁରୁବାର ଦିନ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି।
ଜଣେ ୧୯ ବର୍ଷୀୟ ଯୁବତୀର ଅଭିଯୋଗ ଆଧାରରେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଭାରତୀୟ ପିଙ୍ଗଳ‌ କୋଡ୍ ଦଫା ୩୭୬ରେ ବୁକ୍ କରିଥିଲା। ଯୁବତୀ ଅଭିଯୋଗ କରିଥିଲେ ଯେ ବିବାହର ପ୍ରତିଶ୍ରୁତି ଦେଇ ଓ ସରଳତାର ସୁଯୋଗ ନେଇ ବ୍ୟକ୍ତିଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଅନ୍ତଃସତ୍ତ୍ବା କରିଛନ୍ତି।
ମାମଲାର ଶୁଣାଣି କରୁଥିବା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍‌କେ ପାଣିଗ୍ରାହୀ କହିଥିଲେ ଯେ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ। କାରଣ ଏ ଭଳି ଘଟଣା ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୩୭୫ରେ ନିର୍ଦ୍ଧାରିତ ବଳାତ୍କାର ସଂଜ୍ଞା ପର୍ଯ୍ୟାୟଭୁକ୍ତ ନୁହେଁ। ନିବିଡ଼ ସମ୍ପର୍କ ସହିତ ମହିଳାମାନେ ନିଜ ଇଚ୍ଛାରେ ଶାରୀରିକ ସମ୍ପର୍କ ରଖିବା କ୍ଷେତ୍ରରେ ବଳାତ୍କାର ଆଇନ ବ୍ୟବହାର କରିବା ଅନୁଚିତ।

Comments are closed.