ତାଳଚେର-ବିମଳାଗଡ଼ ରେଳପଥ ପ୍ରସଙ୍ଗ; ଓଡ଼ିଶା ସରକାର ହସ୍ତାନ୍ତର କରିବେ ୯୧୬ ଏକର ଜମି

ନୂଆଦିଲ୍ଲୀ: ତାଳଚେର-ବିମଳାଗଡ଼ ୧୫୦ କି.ମି ରେଳପଥ ନିର୍ମାଣ ଲାଗି ଏପର୍ଯ୍ୟନ୍ତ ୮୩୯ କୋଟି ବ୍ୟୟ ସରିଲାଣି ବୋଲି ରେଳମନ୍ତ୍ରୀ ପିୟୁଷ ଗୋଏଲ ଲୋକସଭାରେ ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ତାଳଚେର-ସୁନାଖାଣି ୨୦ କି.ମି ଅଂଶ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ପରବର୍ତ୍ତୀ ୨୩.୫ କି.ମି ନିର୍ମାଣ କାର୍ଯ୍ୟ ଜାରି ରହିଛି ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ନୂତନ ରେଳପଥ ନିର୍ମାଣ ଲାଗି ଆବଶ୍ୟକ ବାକି ୯୧୬ ଏକର ଜମି ଅଦ୍ୟାବଧି ରାଜ୍ୟ ସରକାର ରେଳବାଇକୁ ହସ୍ତାନ୍ତର କରି ନାହାନ୍ତି। ଜମି ଅଧିଗ୍ରହଣରେ ବିଳମ୍ବ, ଜଙ୍ଗଲ ମଞ୍ଜୁରୀ ଏବଂ ଅନ୍ୟ ଅନୁମତି ପାଇବାରେ ବିଳମ୍ବ, ଭୌଗଳିକସ୍ଥିତି ଓ ଆଇନଶୃଙ୍ଖଳା ପରିସ୍ଥିତି ଆଦି ରେଳପଥ ନିର୍ମାଣକୁ ପ୍ରଭାବିତ କରୁଛି ବୋଲି ଶ୍ରୀ ଗୋଏଲ ଦର୍ଶାଇଛନ୍ତି। ଅନୁଗୁଳ-ସୁକିନ୍ଦା ରୋଡ଼ ରେଳପଥ ନିର୍ମାଣ କାର୍ଯ୍ୟ ୨୦୨୨ ଜୁନା ସୁଦ୍ଧା ସମ୍ପୂର୍ଣ୍ଣ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି।

Comments are closed.