ବାବୁ ଚଢ଼ିବେ ସାଇକେଲ – ସରକାରଙ୍କ ପ୍ରଦୂଷଣ ମୁକ୍ତ ଅଭିଯାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପରିବେଶକୁ ସନ୍ତୁଳିତ କରି ରଖିବା ସହ ଏହାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାର ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ଏଣିକି ବିଡିଏ, ବିଏମ୍‍ସି, ସ୍ମାର୍ଟ ସିଟି କର୍ମଚାରୀଙ୍କୁ ସପ୍ତାହର ପ୍ରତି ଶୁକ୍ରବାର ଅଫିସ ଆସିବା ପାଇଁ ସାଇକେଲ ବ୍ୟବହାର କରିବାକୁ କୁହାଯାଇଛି। ଏ ନେଇ ଗୁରୁବାର ବିଏମ୍‍ସି ଓ ବିଡିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୌଣସି କର୍ମଚାରୀ ଶୁକ୍ରବାର ଦିନ ଅଫିସକୁ ଗାଡି ଯୋଗେ ଆସିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି।

ସେହିଭଳି ଶୁକ୍ରବାରଦିନ ଅଫିସରେ ଥିବା ସରକାରୀ ଗାଡି ମଧ୍ୟ ବ୍ୟବହାର କରିବାକୁ ବାରଣ କରାଯାଇଛି। ରାଜ୍ୟରେ ଏଭଳି ପଦକ୍ଷେପ ନିଆଯିବାରେ ଭୁବନେଶ୍ୱର ପ୍ରଥମ। ତେବେ ବିଶ୍ୱ ତାପାୟନ ପାଇଁ ବିଭିନ୍ନ ସ୍ଥାନରେ ପରିବେଶ ଓ ବାୟୁ ପ୍ରଦୂଷଣ ବିପଦଜ୍ଜନକ ସ୍ଥିତିରେ ପହଞ୍ଚିଥିବାବେଳେ ଏଭଳି ପଦକ୍ଷେପ ଆଗାମୀ ଦିନରେ ଲାଭପ୍ରଦ ହେବ ବୋଲି କୁହାଯାଉଛି।

Comments are closed.