ଓଏଏସ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ସୋମବାର ଓଡିଶା ପ୍ରଶାସନିକ ସେବା – ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଡଃ ଅଭୟ କୁମାର ନାୟକଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଥିବା ବେଳେ ଡଃ ଗଣେଶ୍ୱର ଜେନାଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଇଡ଼କୋର ସାଧାରଣ ପରିଚାଳକ ଭାବେ ଅବସ୍ଥାପିତ କରାଯାଇଛି।

ସେହିପରି ରଘୁରାମ ଆୟାରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି ଏବଂ ସେ ଓପେପାର ମଧ୍ୟ ଅତିରିକ୍ତ ନିର୍ଦ୍ଦେଶକ ଦାୟିତ୍ୱରେ ପୂର୍ବଭଳି କାର୍ଯ୍ୟ କରିବେ। ମହେଶ କୁମାର ଚୌଧୁରୀଙ୍କୁ ପାରାଦୀପ ମୁନିସିପାଲିଟିର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ବଦଳି ହୋଇଥିବା ଅଧିକାରୀମାନଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ନୂଆ କାର୍ଯ୍ୟରେ ଯୋଗଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ସେମାନଙ୍କୁ ପୂର୍ବ କାର୍ଯ୍ୟରୁ ତୁରନ୍ତ ଅବ୍ୟାହତି ଦେବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଜାରି କରିଛନ୍ତି।

Comments are closed.