୨୧ ଆଇଏଏସ ଓ ୧୬ ଆଇପିଏସଙ୍କୁ ପଦୋନ୍ନତି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଆଇଏଏସ ଓ ଆଇପିଏସଙ୍କ କ୍ଷେତ୍ରରେ ବ୍ୟାପକ ପଦୋନ୍ନତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ୨୧ଜଣ ଆଇଏଏସ ଓ ୧୬ଜଣ ଆଇପିଏସଙ୍କୁ ପଦୋନ୍ନତି ଦିଆଯାଇଛି। ଏଥିମଧ୍ୟରେ ୪ଜଣ ଆଇଏଏସ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିବାବେଳେ ୪ଜଣ ଆଇପିଏସଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସାଧାରଣ ପ୍ରଶାସନ ବିଜ୍ଞପ୍ତି ଅନୁଯାୟୀ ୨୧ଜଣ ଆଇଏଏସଙ୍କ ମଧ୍ୟରେ ୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ ତଥା ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ସୁପରଟାଇମ ସ୍କେଲ ତଥା ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି ଉକ୍ତ ବ୍ୟାଚର ବରିଷ୍ଠ ଆଇଏଏସ ତଥା ଶକ୍ତି ସଚିବ ବିଷ୍ଣୁପଦ ସେଠୀ, ଗଣଶିକ୍ଷା ସଚିବ ଚିତ୍ରା ଅରୁମୁଗମ, ଅବକାରୀ ସଚିବ ସୁଶୀଲ କୁମାର ଲୋହାନୀଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି। ଜିଏର ଅନ୍ୟ ଏକ ବିଜ୍ଞପ୍ତି ଅନୁଯାୟୀ ୨୦୦୦ ବ୍ୟାଚର ଆଇଏଏସ ତେମରପଙ୍ଗ ଏଓଙ୍କୁ ସୁପର ଟାଇମ ସ୍କେଲକୁ ପଦୋନ୍ନତି ମିଳିଥିବାବେଳେ ୨୦୦୪ ବ୍ୟାଚର ରୁପା ମିଶ୍ର, ନିରଞ୍ଜନ ସାହୁ, ପ୍ରଶାନ୍ତ କୁମାର ସେନାପତି ଓ ସୁନ୍ଦରଲାଲ ସିଲ ମଧ୍ୟ ଏହି ପଦୋନ୍ନତି ପାଇଛନ୍ତି।
ସାଧାରଣ ପ୍ରଶାସନର ଅନ୍ୟ ଏକ ବିଜ୍ଞପ୍ତି ଅନୁଯାୟୀ ୨୦୦୭ ବ୍ୟାଚର ଆଇଏଏସ ଅରବିନ୍ଦ ଅଗ୍ରୱାଲ, ବଲବନ୍ତ ସିଂ, ସଚିନ ରାମଚନ୍ଦ୍ର ଯାଦବ, ଜ୍ଞାନରଞ୍ଜନ ଦାସ, ବିଜୟ କୁମାର ନାୟକ, ରସିଦ ଖାନ, ପ୍ରଦୀପ୍ତ କୁମାର ମହାପାତ୍ର, ରଞ୍ଜନ କୁମାର ଦାସ, ସଂଗ୍ରାମଜିତ ନାୟକ, ସୁଶାନ୍ତ ମହାପାତ୍ର, ବିଶ୍ବନାଥ ଆଚାର୍ଯ୍ୟ ଓ ଶରତ ଚନ୍ଦ୍ର ନାୟକଙ୍କୁ ପଦୋନ୍ନତି ମିଳିଛି। ଏହାସହିତ କେନ୍ଦ୍ରୀୟ ଡେପୁଟେସନରେ ଥିବା ରବୀନ୍ଦ୍ର ପ୍ରତାପ ସିଂହଙ୍କୁ ମଧ୍ୟ ସରକାର ପଦୋନ୍ନତି ଦେଇଛନ୍ତି।
ଅନ୍ୟପକ୍ଷରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧୯୯୫ ବ୍ୟାଚର ଆଇପିଏସ ରାଧାକିଷନ ଶର୍ମା, ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏବଂ ଡ. ସନ୍ତୋଷ ବାଲାଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏହାସହିତ କେନ୍ଦ୍ରୀୟ ଡେପୁଟେସନରେ ଥିବା ରିତୁ ଆରୋରାଙ୍କୁ ମଧ୍ୟ ଏହି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେହିପରି ୨୦୦୨ ବ୍ୟାଚର ଆଇପିଏସ ନରସିଂହ ଭୋଇ, ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ଆଇପିଏସ ଲେବୁଲ-୧୪କୁ ପଦୋନ୍ନତି ମିଳିଛି। ଏହାସହିତ କେନ୍ଦ୍ରୀୟ ଡେପୁଟେସନରେ ଥିବା ଏସ ପ୍ରବୀଣ କୁମାରଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି। ଏହାବାଦ୍ ୨୦୦୬ ବ୍ୟାଚର ଆଇପିଏସ ଅନିରୁଦ୍ଧ କୁମାର ସିଂ, ଅନୁପ କୁମାର ସାହୁ, ଅମ୍ରିତ ଦାଶ, ଅନୁପ କ୍ରିଷ୍ଣା ଏବଂ ସୁଧା ସିଂଙ୍କୁ ମଧ୍ୟ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବାବେଳେ ୨୦୦୭ ବ୍ୟାଚର ସାର୍ଥକ ଷଡ଼ଙ୍ଗୀ, ଅଶ୍ବିନୀ କୁମାର , ନୀତି ଶେଖର ଏବଂ ପଣ୍ଡିତ ରାଜେଶ ଉତୁମରାଓଙ୍କୁ ଆଇପିଏସ ଲେବୁଲ-୧୩କୁ ପଦୋନ୍ନତି ଦିଆଯାଇଛି।

Comments are closed.