ଓଡ଼ିଶା ନିର୍ମାଣ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ: ରାଜ୍ୟପାଳ

‘ଏଣ୍ଟରପ୍ରାଇଜ୍ ଓଡ଼ିଶା-୨୦୨୧’ ଉଦଯାପିତ

ଭୁବନେଶ୍ୱର: ଗୋଟିଏ ସ୍ଥାନରେ ସବୁ ଛୋଟ ଓ ବଡ଼ ଉଦ୍ୟୋଗୀଙ୍କୁ ଏକାଠି କରିବା ଓ ରାଜ୍ୟରେ ଶିଳ୍ପ ପାଇଁ ଏକ ପ୍ରଗତୀଶୀଳ ବାତାବରଣ ସୃଷ୍ଟି କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଆରମ୍ଭ କରିଥିଲେ ଏଣ୍ଟରପ୍ରାଇଜେସ୍ ଓଡ଼ିଶା। ଗତ ନଭେମ୍ବର ୧୭ରୁ ଆରମ୍ଭ ହୋଇଥିବା ୨୩ତମ ସଂସ୍କରଣ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା-୨୦୨୧’ ଉଦଯାପିତ ହୋଇଯାଇଛି। ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମସ୍ତ ଘରୋଇ ଉଦ୍ୟୋଗ ଓଡ଼ିଶା ନିର୍ମାଣ ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଅସିତ ତ୍ରୀପାଠି କହିଥିଲେ ଯେ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଅନେକ ଉନ୍ନତି କରିଛି। ଭିତ୍ତିଭୂମି ମଧ୍ୟ ସୁଦୃଢ ହେଉଛି। ଆଇସି ସଚିବ ମନୋଜ ମିଶ୍ର ପ୍ରଯୁକ୍ତିବିଦ୍ୟାରେ ଓଡ଼ିଶା ବହୁତ ବିକାଶ ହୋଇଛି ଏବଂ ଆଗକୁ ଆହୁରି ବିକାଶ ହେବ ବୋଲି କହିଥିଲେ।

 

ୱେଲେକମ୍ ହୋଟେଲ୍ ପରିସରରେ ସିଆଇଆଇ (କନଫେଡ଼େରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି) ପକ୍ଷରୁ ଆୟୋଜିତ ୨୩ତମ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା’କୁ ଭିଡ଼ିଓ କନଫରେନସିଂ ଜରିଆରେ ଗତ ମାସ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ କୋଭିଡ଼୍ ଭଳି ପ୍ରତିକୂଳ ସମୟରେ ମଧ୍ୟ ସାରା ଦେଶରେ ଓଡ଼ିଶା ପ୍ରଶଂସିତ ହୋଇଥିଲା। ପୂର୍ବରୁ ମେକ୍ଇନ୍ ଓଡ଼ିଶା ଓ ଷ୍ଟାର୍ଟ ଅପ୍ ଓଡ଼ିଶା ଭଳି ଅନେକ ସରକାରୀ ଉଦ୍ୟମ ଶିଳ୍ପୋଦ୍ୟୋଗୀମାନଙ୍କ ସହଯୋଗରେ ସଫଳ ହୋଇଛି। ଶିଳ୍ପ ଓ ଏମ୍ଏସ୍ଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଭିଡ଼ିଓ କନଫରେନସିଂ ଜରିଆରେ ଯୋଗଦେଇ ଶିଳ୍ପ କ୍ଷେତ୍ରରେ ସରକାରଙ୍କ ପ୍ରସ୍ଥୁତି ସମ୍ବନ୍ଧରେ ସୂଚନା ଦେଇଥିଲେ। ‘ଲେସ୍ ଗଭର୍ଣ୍ଣମେଣ୍ଟ, ମୋର ଗଭର୍ଣ୍ଣାନ୍ସ, ନ୍ୟାୟରେ କିଭଳି ସରକାର କାମ କରୁଛନ୍ତି, ଏଏସ୍ଏମ୍ଇ କ୍ଷେତ୍ରରେ ବଜେଟ୍ କିଭଳି ବହୁଗୁଣିତ ହୋଇଛି ସେ ନେଇ ପ୍ରକାଶ କରିଥିଲେ। ସେହିପରି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ ସିଆଇଆଇର ପ୍ରମୁଖ ସଚିବ ମନୀଷ ଖରବନ୍ଦା। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନେକ କାମ କରାଯିବା ସହ ଶିଳ୍ପଦ୍ୟୋଗୀମାନଙ୍କର ବିକାଶ ନିମନ୍ତେ ବହୁ ଯୋଜନା ହାତକୁ ନିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ରାଜ୍ୟପାଳ କଫି ବାଇଟ ପତ୍ରିକା ଉନ୍ମୋଚନ କରିଥିଲେ।

Comments are closed.