ରାଜ୍ୟକୁ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ୧୦ ହଜାର କୋଟି ଅନୁଦାନ ମିଳୁ : କଂଗ୍ରେସ

ଭୁବନେଶ୍ୱର : ରେଳ ପ୍ରକଳ୍ପ ଅନୁଦାନ ପ୍ରସଙ୍ଗରେ ଗତ ବର୍ଷ ଓଡିଶା ବିଧାନସଭାରେ ଏକ ପ୍ରତିନିଧି ଦଳ ଦିଲ୍ଲୀରେ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ରାଜ୍ୟକୁ ଅଧୁକ ଅନୁଦାନ ଦେବାକୁ ଦାବୀ ଉପସ୍ଥାପନ କରିଥୁଲେ  ସଂସଦରେ ୧ ଫେବୃଆରୀରେ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଓଡିଶା ବିଧାନସଭା କମିଟି ଫେବୃଆରୀ ୧୨ରେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ଦାବି ରଖିଥିଲେ । ଆଗାମୀ କେନ୍ଦ୍ର ବଜେଟ୍ ୨୦୨୧-୨୨ ସଂସଦରେ ଫେବୃଆରୀ ପହିଲାରେ ଉପସ୍ଥାପନ ପାଇଁ ଧାର୍ଯ୍ୟ ହୋଇଛି। କଂଗ୍ରେସ ଦଳର ଆଶଙ୍କା ବଜେଟ୍ ଉପସ୍ଥାପନ ପୂର୍ବରୁ ରାଜ୍ୟର ଦାବି ସଠିକ୍ ଭାବେ ଉପସ୍ଥାପିତ ହୋଇ ନପାରିଲେ ଓଡିଶା ବାସୀଙ୍କୁ କ୍ଷତି ସହିବାକୁ ପଢିବ। ଏଣୁ ବଜେଟ୍ ଉପସ୍ଥାପନ ପରେ ରାଜ୍ୟ ସରକାର ଦାବି କରି ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଅପେକ୍ଷା ବଜେଟ୍ ପୂର୍ବରୁ ସରକାର ରାଜ୍ୟକୁ କିଭଳି ଅଧିକରୁ ଅଧିକ ଅନୁଦାନ ମିଳିବ ସେପ୍ରତି କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରନ୍ତୁ। ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବରେ ରଛି ଦିଲ୍ଲୀ ଦରବାରରେ ଓଡିଶାର ନାଯ୍ୟ ଦାବି ଉପସ୍ଥାପନ ଲାଗି ଉଭୟ ବିଜେଡ଼ି-ବିଜେପିକୁ କଂଗ୍ରେସ ଦଳ ତରଫରୁ ଆହ୍ବାନ କରାଯାଇଛି। ଓଡିଶାରୁ ପ୍ରତିବର୍ଷ ୧୫ ହଜାର କୋଟିରୁ ଅଧିକ ରାଜସ୍ବ ରେଳବାଇ ପାଉଥିବା ବେଳେ ରାଜ୍ୟର ରେଳ ବିକାଶ ଲାଗି ଆଗାମୀ ବଜେଟରେ ଅତି କମ୍‌ରେ ୧୦ ହଜାର କୋଟି ଟଙ୍କା ଅନୁଦାନ ଘୋଷଣା କରିବାକୁ ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଏକ ପ୍ରେସ୍ ବିବୃତି ଜାରି କରିଛନ୍ତି ।

କଂଗ୍ରେସର ଦାବି

୧. ଓଡ଼ିଶା ବିଧାନସଭା କମିଟି ତୁରନ୍ତ ବଜେଟ୍ ପୂର୍ବରୁ ରେଳମନ୍ତ୍ରୀଙ୍କ ନିକଟରେ ରେଳ ଅନୁଦାନ ପ୍ରସଙ୍ଗରେ ବାଦୀ ପସ୍ଥାପନ କରନ୍ତୁ ।

୨. ଓଡିଶା ସରକାର ବିଥିବଦ୍ଧ ଭାବେ ରେଳ କ୍ଷେତ୍ରରେ ଅଧିକ ଅନୁଦାନ ପାଇଁ କେନ୍ଦ୍ରକୁ ଅନୁରୋଧ କରନ୍ତୁ । ରାଜ୍ୟ ପରିବହନ ମନ୍ତ୍ରୀ ଏହି ପ୍ରସଙ୍ଗରେ ଦିଲ୍ଲୀ ଯାଇ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରନ୍ତୁ ।
୩. ରେଳ କ୍ଷେତ୍ରରେ ବିକାଶ ପାଇଁ ବକେଟ୍ ପୂର୍ବରୁ ଓଡିଶାର ସମସ୍ତ ସାଂସଦ ଏକାଠି ହୋଇ ରେଳମନ୍ତ୍ରୀଙ୍କୁ ଭେଟି ରାଜ୍ୟର
ଦାବି ଉପସ୍ଥାପନ କରନ୍ତୁ ।
୪. ୧୯୯୪-୯୫ ବର୍ଷରେ କେନ୍ଦ୍ରରେ କଂଗ୍ରେସ ସରକାର ଅମଳରେ ରେଳ ବଜେଟ୍‌ରେ ସ୍ଥାନ ପାଇଥିବା ଖୋର୍ଦ୍ଧାରୋଡ- ବଲାଙ୍ଗୀର ରେଳପଥ (୨୮୮ କିମି) ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନହେବା ଅତ୍ୟନ୍ତ ଦୁଃଖର ବିଷୟ । ପୂର୍ବ-ପଶ୍ଚିମ ଓଡିଶାକୁ ସଂଯୋଗ କରୁଥିବା ଏହି ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରାଯାଉ ।
୫. ଚଳିତ ଜାନୁଆରୀ ୧୮ରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ରାଜ୍ୟର ଅହମ୍ମଦାବାଦ ଓ ସୁରଟ ସହର ଲାଗି ମେଟ୍ରୋ ଟ୍ରେନ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଦେଶର ୨୭ଟି ସହରରେ ମେଟ୍ରୋ ଟ୍ରେନ୍ ପହଞ୍ଚିଲାଣି । ଓଡିଶାର ଭୁବନେଶ୍ବର ଓ କଟକ ସହର ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାବକ ନେଇ କୌଣସି ଅସୁବିଧା ନାହିଁ। ବଜେଟରେ ଓଡ଼ିଶାର ମେଟ୍ରୋ ରେଳ ପ୍ରକଳ୍ପ ପ୍ରସ୍ତାବ ଘୋଷଣା କରିବାକୁ କଂଗ୍ରେସ ଦଳ ତରଫରୁ ଦାବି କରାଯାଉଛି ।
୬. କେନ୍ଦ୍ରରେ ୟୁପିଏ ସରକାର ଅମଳରେ ୨୦୧୧-୧୨ ରେଳ ବଜେଟ୍‌ରେ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀ ଠାରେ ୱାଗନ ନିର୍ମାଣ କାରଖାନା ସ୍ଥାପନ ଲାଗି ଘୋଷଣା ହୋଇଥୁଲା । ଇତି ମଧ୍ୟରେ ୮ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ କାରଖାନା ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ । ଚଳିତ ବଜେଟ୍‌ରେ ୱାଗନ କାରଖାନା ସ୍ଥାପନ ଲାଗି ଅତି କମରେ ଶହେ କୋଟି ଅନୁଦାନ ରାଶି ଘୋଷଣା କରିବାକୁ କଂଗ୍ରେସ ଦାବୀ କରୁଛି। ସେହିପରି କଳାହାଣ୍ଡି ଜିଲ୍ଲାର ବଲୀ ଠାରେ ଇଲେକଟ୍ରିକ ଲୋକୋ ମେଟେନାନ୍ସ ୱାର୍କସପ ସ୍ଥାପନ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ କଂଗ୍ରେସ ଦଳ ଦାବି କରୁଛି।

Comments are closed.