ରାଜ୍ୟରେ ଦିଆଗଲାଣି ୪ କୋଟି ୩ ଲକ୍ଷ ୧ ହଜାର ୬୪୯ ଡୋଜ ଟିକା

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଟିକାକରଣ ଅଭିଯାନରେ ଶନିବାର ୨୨୬୫ଟି କେନ୍ଦ୍ରରେ ୨ଲକ୍ଷ ୬ହଜାର ୧୫୪ ହିତାଧିକାରୀ ଟିକା ନେଇଛନ୍ତି। ଆଜିର ଟିକାଦାନକୁ ନେଇ ରାଜ୍ୟର ଟିକା ସଂଖ୍ୟା ୪ କୋଟି ୩ ଲକ୍ଷ ୧ ହଜାର ୬୪୯ରେ ପହଞ୍ଚିଛି। ଆଜି ୮ଟି ଜିଲାରେ ଟିକାଦାନ ଜାରି ରହିଛି। ସେଥିମଧ୍ୟରେ ବାଲେଶ୍ବର, କଟକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ ଓ ଖୋର୍ଦ୍ଧାର ଭୁବନେଶ୍ବରକୁ ମିଶାଇ ୪୭୬ଟି କେନ୍ଦ୍ରରେ ଟିକାକରଣ କରାଯାଉଛି।

ଏବେସୁଦ୍ଧା ରାଜ୍ୟରେ ୨ କୋଟି ୬୮ ଲକ୍ଷ ୮ ହଜାର ୯୦ ପ୍ରଥମ ଡୋଜ ଟିକା ଦିଆଯାଇଥିବା ବେଳେ ୧ କୋଟି ୩୪ ଲକ୍ଷ ୯୩ ହଜାର ୫୫୯ ଦ୍ଵିତୀୟ ଡୋଜ ଟିକା ଦିଆଯାଇଛି। ରାଜ୍ୟରେ ଆଜି ସୁଦ୍ଧା ୨ କୋଟି ୧ ଲକ୍ଷ ୭୦ ହଜାର ୫୦୫ ଜଣ ପୁରୁଷ ଏବଂ ୨ କୋଟି ୧ ଲକ୍ଷ ୨୧ ହଜାର ୭୦୨ ଜଣ ମହିଳା ଟିକା ନେଇଛନ୍ତି। ଟିକା ନେଇଥିବା ଲୋକଙ୍କ ମଧ୍ୟରେ ୧୮ରୁ ୪୪ ବର୍ଷ ବୟସ ବର୍ଗରେ ୨ କୋଟି ୨୩ ଲକ୍ଷ ୯୯ ହଜାର ୨୫୦ ଜଣ ଟିକା ନେଇଥିବା ବେଳେ ୪୫ରୁ ୬୦ ବର୍ଷ ବୟସ ବର୍ଗରେ ୧ କୋଟି ୯ ଲକ୍ଷ ୨୯ ହଜାର ୮୩୫ ଏବଂ ୬୦ରୁ ଉର୍ଦ୍ଧ୍ବ ବୟସ ବର୍ଗରେ ୬୯ ଲକ୍ଷ ୭୨ ହଜାର ୫୬୪ ଜଣ ଟିକା ନେଇଛନ୍ତି।

ରାଜ୍ୟରେ ସର୍ବାଧିକ ଲୋକ କୋଭିସୀଲଡ଼ ଟିକା ନେଇଛନ୍ତି। ସରକାରୀ ସୂଚନା ମୁତାବକ, ୩ କୋଟି ୫୪ ଲକ୍ଷ ୮୭ ହଜାର ୩୯୭ ଡୋଜ କୋଭିସୀଲଡ଼, ୪୮ ଲକ୍ଷ ୮ ହଜାର ୩୪୯ ଡୋଜ କୋଭାକସିନ ଏବଂ ୫ ହଜାର ୯୦୩ ଡୋଜ ସ୍ପୁଟନିକ ଭି ଟିକା ଦିଆଯାଇଛି।
ଆଜି ସୁଦ୍ଧା ବିଭିନ୍ନ ଜିଲ୍ଲାରେ ହୋଇଥିବା ଟୀକାକରଣ –
ଗଂଜାମ: ୪୧ ଲକ୍ଷ ୧୨ ହଜାର୧୯୨
ଖୋର୍ଦ୍ଧା: ୩୬ ଲକ୍ଷ ୯୦ ହଜାର ୮୦୧
କଟକ: ୨୩ ଲକ୍ଷ ୫୭ ହଜାର ୯୮୫
ବାଲେଶ୍ୱର: ୨୦ ଲକ୍ଷ ୫୮ ହଜାର ୧୫୨
ମୟୁରଭଞ୍ଜ: ୧୯ ଲକ୍ଷ ୫ ହଜାର ୮୦୧
ପୁରୀ: ୧୭ ଲକ୍ଷ ୧୫ ହଜାର ୨୩୧
ସୁନ୍ଦରଗଡ଼: ୧୭ ଲକ୍ଷ ୫ ହଜାର ୮୩୩
ଯାଜପୁର: ୧୬ ଲକ୍ଷ ୧୧ ହଜାର ୮୨୧
କେନ୍ଦୁଝର: ୧୫ ଲକ୍ଷ ୯୩ ହଜାର ୩୬୯
ଭଦ୍ରକ: ୧୪ ଲକ୍ଷ ୯୧ ହଜାର ୭୦
ବଲାଙ୍ଗୀର: ୧୩ ଲକ୍ଷ ୯୦ ହଜାର ୪୬୪
କୋରାପୁଟ: ୧୩ ଲକ୍ଷ ୯୦ ହଜାର ୧୦୩
କେନ୍ଦ୍ରାପଡା: ୧୩ ଲକ୍ଷ ୫୮ ହଜାର ୬୨୨
କଳାହାଣ୍ଡି: ୧୩ ଲକ୍ଷ ୩୫ ହଜାର ୬୮୫
ବରଗଡ଼: ୧୨ ଲକ୍ଷ ୬୦ ହଜାର ୯୩୭
ସମ୍ବଲପୁର: ୧୨ ଲକ୍ଷ ୫୦ ହଜାର ୯୯୬
ଅନୁଗୁଳ: ୧୧ ଲକ୍ଷ ୫୨ ହଜାର ୩୮୮
ଢେଙ୍କାନାଳ: ୧୦ ଲକ୍ଷ ୯୧ ହଜାର ୯୧୫
ଜଗତସିଂହପୁର: ୧୦ ଲକ୍ଷ ୨୨ ହଜାର ୯୬୨
ନବରଙ୍ଗପୁର: ୯ ଲକ୍ଷ ୩୭ ହଜାର ୩୨୫
ନୟାଗଡ: ୮ ଲକ୍ଷ ୮୪ ହଜାର ୬୭୯
ରାୟଗଡା: ୭ ଲକ୍ଷ ୯୩ ହଜାର ୧
ସୁବର୍ଣ୍ଣପୁର: ୬ ଲକ୍ଷ ୮୫ ହଜାର ୯୦୫
ଝାରସୁଗୁଡା: ୬ ଲକ୍ଷ ୨୮ ହଜାର ୬୯
କନ୍ଧମାଳ: ୫ ଲକ୍ଷ ୯୩ ହଜାର ୫୧୪
ମାଲକାନଗିରି : ୫ ଲକ୍ଷ ୯୦ ହଜାର ୯୧୧
ନୂଆପଡା: ୫ ଲକ୍ଷ ୭୨ ହଜାର ୫୯୧
ଗଜପତି: ୪ ଲକ୍ଷ ୩୨ ହଜାର ୧୭୪
ବୌଦ୍ଧ: ୩ ଲକ୍ଷ ୮୨ ହଜାର ୮୨୫
ଦେଓଗଡ଼: ୩ ଲକ୍ଷ ୪ ହଜାର ୩୨୮

Comments are closed.