ଚଳିତ ମାସରେ ପହଞ୍ଚିବ ୧୯.୩୬ ଲକ୍ଷ ଟିକା

ଭୁବନେଶ୍ୱର: ରାଜ୍ୟକୁ ଆସନ୍ତା ଅଗଷ୍ଟ ୨ ତାରିଖ ମଧ୍ୟରେ ୧୯ ଲକ୍ଷ ୩୬ ହଜାର ୧୩୦ ପାନ ଟିକା ଆସିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଣ ହେବାକୁ ଥିବା ଏହି ଟିକା ମଧ୍ୟରେ ୧୫ ଲକ୍ଷ ୯୦ ହଜାର ୨୦ ପାନ ‘କୋଭିସିଲ୍ଡ’ ଟିକା ଏବଂ ୩ ଲକ୍ଷ ୪୬ ହଜାର ୧୧୦ ପାନ ‘କୋଭାକ୍ସିନ୍‍’ ଟିକା ରହିଛି। ସୂଚନା ଅନୁଯାୟୀ ଆସନ୍ତା ୧୬ ତାରିଖରେ ୩ ଲକ୍ଷ ୩୫ ହଜାର ୫୮୦ ପାନ ‘କୋଭିସିଲ୍ଡ’ ଆସିବାକୁ ରହିଥିବା ବେଳେ ୧୮ରେ ୨ ଲକ୍ଷ, ୨୨ରେ ୩୭ ହଜାର ୫୦୦ ‘କୋଭାକ୍ସିନ’, ୨୪ରେ ୨ ଲକ୍ଷ ୬୮ ହଜାର ୪୧୦ କୋଭିସିଲ୍ଡ, ୩୮ ହଜାର ୧୩୦ କୋଭାକ୍ସିନ, ୨୭ରେ ୭୩ ହଜାର ୩୩୦ କୋଭାକ୍ସିନ, ୨୮ରେ ୪ ଲକ୍ଷ ୬୭ ହଜାର ୬୬୦ କୋଭିସିଲ୍ଡ, ୩୧ରେ ୩ ଲକ୍ଷ ୨୧ ହଜାର ୩୭୦ ଏବଂ ଅଗଷ୍ଟ ୨ରେ ୧ ଲକ୍ଷ ୫୮ ହଜାର ୩୯୦ ପାନ କୋଭାକ୍ସିନ ଟିକା ଆସିବ। ରାଜ୍ୟରେ ଏବେ ୨ ଲକ୍ଷ ୬୨ ହଜାର ୬୦ ପାନ କୋଭିସିଲ୍ଡ ଏବଂ ୨ ଲକ୍ଷ ୩୨ ହଜାର ୫୩୦ ପାନ କୋଭାକ୍ସିନ ଟିକା ରହିଛି। ଉକ୍ତ ଟିକା ମିଶିବା ପରେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଏହି ପରିପ୍ରେକ୍ଷୀରେ ଗତକାଲି ରାଜ୍ୟରେ ୫୬୫ଟି କେନ୍ଦ୍ରରେ ୧ ଲକ୍ଷ ୪୬ ହଜାର ୯୪୭ ହିତାଧିକାରୀଙ୍କୁ ଟିକାକରଣ କରାଯାଇଛି। ଏହି ଟିକାଦାନକୁ ନେଇ ରାଜ୍ୟର ସଂଖ୍ୟା ୧ କୋଟି ୩୬ ଲକ୍ଷ ୭ ହଜାର ୨୭୪ରେ ପହଞ୍ଚିଛି। ସେଥିରେ ୧୮ରୁ ୪୪ ବର୍ଷର ୫୨ ହଜାର ୪୮୨ ଯୁବବର୍ଗ ପ୍ରଥମ ପାନଟିକା ନେଇଥିବା ବେଳେ ୯ ହଜାର ୨୨୨ ହିତାଧିକାରୀ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୧୯ହଜାର ୫୫୯ ହିତାଧିକାରୀ ପ୍ରଥମ ପାନ ଏବଂ ୬୪ହଜାର ୮୦୯ଜଣ ଦ୍ୱିତୀୟପାନ ଟିକା ନେଇଛନ୍ତି। ଏହାବାଦ୍‍ ୧୭ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ପାନ, ୧୪୩ ଜଣ ଦ୍ୱିତୀୟପାନ ଟିକା ନେଇଥିବା ବେଳେ ୧୦ଜଣ କୋଭିଡ଼ ଯୋଦ୍ଧା ପ୍ରଥମ ପାନ ଏବଂ ୭୦୫ଜଣ ଦ୍ୱିତୀୟପାନ ଟିକା ନେଇଛନ୍ତି। ଆସନ୍ତାକାଲି ଆଜି ବାଲେଶ୍ୱର, ଢେଙ୍କାନାଳ ଓ ନବରଙ୍ଗପୁରରେ ଟିକାକରଣ ହେବନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.