୨୦୨୧ ଶେଷ ସୁଦ୍ଧା ସରିବ ଟିକାକରଣ – ପରିବାର କଲ୍ୟାଣ ନିର୍ଦ୍ଦେଶକ

ଯଦି ରାଜ୍ୟକୁ ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଟିକାକରଣ ଶେଷ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ସେ କହିଛନ୍ତି, ବର୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ ଟିକା ଦିଆସାରିଛି। ୧ କୋଟି ୬୬ ଲକ୍ଷ ପ୍ରଥମ ଡୋଜ ଓ ୫୩ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି। ୫୪ % ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୨୮ ଲକ୍ଷ ୫୪ କୋଭିସିଲଡ ଓ ୪ ଲକ୍ଷ ୫୪ ହଜାର ଟିକା କୋଭାକ୍ସିନ ଟିକା ମହଜୁଦ ରହିଛି।

ଏବେ ଶିକ୍ଷକ ଓ ଦ୍ୱିତୀୟ ଡୋଜ ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି। କେତେ ଶିକ୍ଷକ ଟିକା ନେବେ ଜିଲ୍ଲାକୁ ତଥ୍ୟ ମଗାଯାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ ବୋଲି ସେ କହିଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲା ଯାଇଛି। ଆଜି ୧୪୦୦ କେନ୍ଦ୍ରରେ ଟିକାକରଣ କରାଯାଇଥିଲା। ଇତି ମଧ୍ୟରେ ୧ ଲକ୍ଷ ଗର୍ଭବତୀ ମହିଳାଙ୍କ ଟିକାକରଣ କରାଯାଇଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ପ୍ରଥମ ଲହରରେ ୮% ଶିଶୁ ସଂକ୍ରମିତ ହୋଇଥିବା ବେଳେ। ଦ୍ୱିତୀୟ ଲହରରେ ଜୁଲାଇ ସୁଦ୍ଧା ୧୦% ଶିଶୁ ସଂକ୍ରମିତ ହୋଇଥିଲେ।

Comments are closed.