ରାଜ୍ୟରେ କୋଭିଡ ୨୬୨ ସଂକ୍ରମିତ, ୨ ମୃତ : ସଂକ୍ରମିତଙ୍କ ମଧ୍ୟରେ ୪୨ ଶିଶୁ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୪୨ ଶିଶୁ ରହିଛନ୍ତି। ସଙ୍ଗରୋଧରୁ ୧୫୩ ଓ ସ୍ଥାନୀୟ ସଂକ୍ରମଣରୁ ୧୦୯ ଜଣ ଅଛନ୍ତି। ଚିହ୍ନଟଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୨, କଟକ ୨୧, ସମ୍ବଲପୁର ୧୪, ବାଲେଶ୍ୱର ୧୨, କେନ୍ଦ୍ରାପଡା ୮, ଢେଙ୍କାନାଳ ଓ ଯାଜପୁରରୁ ୬ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୦ ଜିଲାରୁ କେହି ସଂକ୍ରମିତ ବାହାରି ନାହାନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୪୫ ହଜାର ୪୭୧ ସଂକ୍ରମିତ ହୋଇଥିବାବେଳେ ୧୦ ଲକ୍ଷ ୩୪ ହଜାର ୩୦୦ ସୁସ୍ଥ ହୋଇଛନ୍ତି। ଆଜି ଦୁଇଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୮୩୭୭ରେ ପହଞ୍ଚିଛି।

Comments are closed.