ରାଜ୍ୟରେ ଦିନକରେ ୬୫୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୮୦ ଓ ସ୍ଥାନୀୟ ସଂକ୍ରମିତ ୨୭୨ ଜଣ ରହିଛନ୍ତି। ଗୋଟିଏ ଦିନରେ ରାଜ୍ୟରେ ୫୯୭ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୬୯୬କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ଚିକିତ୍ସାଧୀନ ୫ ହଜାର ୮୩ ଓ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୩୧୧କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୩୧ ଜଣ ଥିବା ବେଳେ କଟକରୁ ୭୦ ଓ ଷ୍ଟେଟପୁଲରୁ ୭୩ ଚିହ୍ନଟ ହୋଇଛନ୍ତି।

ନୂଆ ଚିହ୍ନଟଙ୍କ ମଧ୍ୟରେ ବାଲେଶ୍ୱରରୁ ୧୯, ଜଗତସିଂହପୁରରୁ ୧୫, ଯାଜପୁରରୁ ୧୦, କେନ୍ଦ୍ରାପଡାରୁ ୨୬, ମୟୁରଭଞ୍ଜରୁ ୨୯, ପୁରୀରୁ ୧୪, ସମ୍ବଲପୁରରୁ ୧୦ ଓ ସୁନ୍ଦରଗଡରୁ ୧୫ ଜଣ ଅଛନ୍ତି।

Comments
Loading...