ରାଜ୍ୟରେ ପୁଣି ବଢିଲା ସଂକ୍ରମଣ; ଦିନକରେ ୭୨୧୬ ଚିହ୍ନଟ; କଟକରୁ ସର୍ବାଧିକ ୧୦୯୧

ଭୁବନେଶ୍ୱର: ଗୋଟିଏ ଦିନ ରାଜ୍ୟରେ ସଂକ୍ରମଣ ସ୍ତର ସାମାନ୍ୟ ହ୍ରାସପାଇ ଆଶ୍ୱସ୍ତି ଆଣିଦେଇଥିବାବେଳେ ଗତକାଲି ତାହା ପୁଣି ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨୧୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୦୯୧ କରୋନା ଆକ୍ରାନ୍ତ ଥିବା ଜଣାଯାଇଛି। ଦିନକରେ ଚିହ୍ନଟ କରାଯାଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୪୦୪୧ ଏବଂ ସ୍ଥାନୀୟ ସଂକ୍ରମିତ ୩୧୭୫ ରହିଛନ୍ତି।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଅନୁଗୁଳ ଜିଲାରୁ ୪୦୯, ବାଲେଶ୍ୱର ୨୧୫, ବରଗଡ ୩୩୧, ଭଦ୍ରକ ୨୪୬, ବଲାଙ୍ଗୀର ୧୩୦, ବଉଦ ୧୪୮, ଦେବଗଡ ୬୮, ଢେଙ୍କାନାଳ ୪୨୮, ଗଜପତି ୩୮, ଗଞ୍ଜାମ ୧୫୦, ଜଗତସିଂହପୁର ୧୮୩, ଯାଜପୁର ୨୪୧, ଝାରସୁଗୁଡା ୬୪, କଳାହାଣ୍ଡି ୧୫୦, କନ୍ଧମାଳ ୧୦୧, କେ୍‍ଦ୍ରାପଡା ୪୮୭, କେନ୍ଦୁଝରରୁ ୭୨ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଖୋର୍ଦ୍ଧାରୁ ୮୦୯, କୋରାପୁଟ ୨୨୦, ମାଲକାନଗିରି ୧୩୫, ମୟୁରଭଞ୍ଜ ୨୭, ନବରଙ୍ଗପୁର ୨୪୨, ନୟାଗଡ ୧୬୪, ନୂଆପଡା ୬୬, ପୁରୀ ୧୧୦, ରାୟଗଡା ୨୪୬, ସମ୍ବଲପୁର ୨୪୧, ସୋନପୁର ୭୪, ସୁନ୍ଦରଗଡ ୧୮୪ ଏବଂ ଷ୍ଟେଟପୁଲରୁ ୧୪୬ ଜଣଙ୍କୁ ଚିହ୍ନଟ କରାଯାଇଛି।
ରାଜ୍ୟରେ ଆଉ ୧୧୫୫୧ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ ୬୩୫୧୭୯ ଜଣ ସୁସ୍ଥ ହୋଇସାରିଥିବାବେଳେ ୧୦୨୦୭୨ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି।

Comments are closed.