ରାଜ୍ୟରେ ଦିନକରେ ଆଉ ୬୨୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୬୨ ଓ ସ୍ଥାନୀୟ ସଂକ୍ରମିତ ୨୬୧ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୯୫ ଜଣ ରହିଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୪ ଓ ଷ୍ଟେଟ ପୁଲରୁ ୬୩ ଜଣ ଅଛନ୍ତି।

ରାଜ୍ୟର ଅନୁଗୁଳ ଜିଲାରେ ୧୩, ବାଲେଶ୍ୱର ୨୮, ଭଦ୍ରକ ୧୩, ଗଞ୍ଜାମ ୧୨, ଜଗତସିଂହପୁରରେ ୨୯, ଯାଜପୁରରେ ୨୮, କେନ୍ଦ୍ରାପଡାରେ ୧୦, ମୟୁରଭଞ୍ଜ ୧୮ ଓ ସମ୍ବଲପୁର ଜିଲାରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୭୫୬ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୫୮୩୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Comments are closed.