କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ, ଆଜି ରାଜ୍ୟରେ ୯୭୯୩ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇ ୧୦ ହଜାର ତଳକୁ ଖସିଛି। ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୯ ହଜାର ୭୯୩ ନୂଆ ସଂକ୍ରମିତ। ଏହାକୁ ମିଶାଇ ରାଜ୍ୟରେ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୪ ହଜାର ୬୬୬କୁ ବୃଦ୍ଧି ପାଇଛି। ନୂଆ ସଙ୍କ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୫୧୧ ଥିବା ବେଳେ ସୁନ୍ଦରଗଡ଼ରୁ ୧୦୧୮, କଟକରୁ ୬୪୧, ଅନୁଗୁଳରୁ ୫୨୬, ଝାରସୁଗୁଡ଼ାରୁ ୪୦୪ ଓ ନୂଆପଡ଼ାରୁ ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଯାଜପୁରରୁ ୩୭୬, ସମ୍ବଲପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗୀରରୁ ୩୪୨, ବାଲେଶ୍ବରରୁ ୩୧୪, ନବରଙ୍ଗପୁରରୁ ୩୦୨, ଷ୍ଟେଟପୁଲରୁ ୨୮୦, ଗଂଜାମରୁ ୨୭୬, ବରଗଡ଼ରୁ ୨୭୦, ନୟାଗଡ଼ରୁ ୨୫୪, କେଉଁଝରରୁ ୨୪୪, ମୟୂରଭଂଜରୁ ୧୯୯, ଜଗତସିଂହପୁରରୁ ୧୮୯, କୋରପୁଟରୁ ୧୭୪, କେନ୍ଦ୍ରପଡ଼ାରୁ ୧୫୮, ବୌଦ୍ଧରୁ ୧୫୨, ରାୟଗଡ଼ାରୁ ୧୪୮, ସୋନପୁରରୁ ୧୪୦, ଦେବଗଡରୁ ୧୨୫, ଗଜପତିରୁ ୧୧୧, କନ୍ଧମାଳରୁ ୧୦୧, ମାଲକାନଗିରିରୁ ୬୩, ଭଦ୍ରକରୁ ୫୨ ଓ ଢେଙ୍କାନାଳରୁ ୨୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Comments are closed.