ରାଜ୍ୟରେ ଆଜି ୭୫୩ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୮ ହଜାର ୬୫୯

ରାଜ୍ୟରେ ଆଜି ୭୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୩୪ ଓ ସ୍ଥାନୀୟ ଅଞ୍ଚଳରୁ ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୬୫୯କୁ ବୃଦ୍ଧି ପାଇଛି। ୨ ଲକ୍ଷ ୯୬ ହଜାର ୫୧୬ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ହଜାର ୫୬୩ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୭୫ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୭୪, ନୂଆପଡ଼ାରୁ ୬୫, ଅନୁଗୁଳ ଓ କଳାହାଣ୍ଡିରୁ ୪୭ ଜଣ ଲେଖାଏଁ, କଟକ ଓ ବଲାଙ୍ଗୀରରୁ ୪୧ ଜଣ ଲେଖାଏଁ, ପୁରୀରୁ ୩୪, ବାଲେଶ୍ୱରରୁ ୩୨, ବରଗଡ଼ରୁ ୩୧, କେନ୍ଦୁଝରରୁ ୨୭, ଜଗତସିଂହପୁର, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨୬ ଜଣ ଲେଖାଏଁ, ମୟୁରଭଞ୍ଜରୁ ୨୫, ସମ୍ବଲପୁରରୁ ୨୦, ଭଦ୍ରକରୁ ୧୭, ବୌଦ୍ଧ ଓ କୋରାପୁଟରୁ ୧୨ ଜଣ ଲେଖାଏଁ, ଗଂଜାମ ଓ ଢେଙ୍କାନାଳରୁ ୧୧ ଜଣ ଲେଖାଏଁ, କନ୍ଧମାଳରୁ ୧୦, ସୋନପୁରରୁ ୭, ଯାଜପୁର ଓ ନୟାଗଡ଼ରୁ ୬ ଜଣ ଲେଖାଏଁ, ରାୟଗଡ଼ାରୁ ୫, ଗଜପତି ଓ ଦେଓଗଡ଼ରୁ ୩ ଜଣ ଲେଖାଏଁ, ମାଲକାନଗିରିରୁ ୨, ନବରଂଗପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି। ଏ ପର୍ଯ୍ୟନ୍ତ ୫୨ ଲକ୍ଷ ୫୯ ହଜାର ୬୭୫ଟି କରୋନା ନମୁନା ପରୀକ୍ଷା ହୋଇସାରିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।

Comments are closed.