ରାଜ୍ୟରେ ଆଜି ୧୩୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୧ ମୃତ

ଭୁବନେଶ୍ବର: ରାଜ୍ୟରେ ବୁଧବାର ଆଉ ୧୩୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୩୮୬କୁ ବୃଦ୍ଧି ପାଇଛି। ଏହି ନୂଆ ଆକ୍ରାନ୍ତମାନେ ୧୪ଟି ଜିଲାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୪ ଜଣ କ୍ବାରେଣ୍ଟାଇନ ସେଣ୍ଟରର ଏବଂ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲାର। ଏହି ଗୋଟିଏ ଜିଲାରୁ ୧୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କନ୍ଧମାଳରୁ ୧୫, ମୟୁରଭଞ୍ଜରୁ ୯, କେନ୍ଦୁଝରରୁ ୮, କଟକ ଓ ଗଜପତିରୁ ୭ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୪, ଢେଙ୍କାନାଳ, ଗଂଜାମ ଓ ପୁରୀରୁ ୩ଜଣ ଲେଖାଏଁ, ନୂଆପଡ଼ାରୁ ଓ କଳାହାଣ୍ଡିରୁ ୨ଜଣ ଲେଖାଏଁ, ସମ୍ବଲପୁର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଏବଂ ଓଡ୍ରାଫ/ଏନଡ଼ିଆରଏଫ/ ଅଗ୍ନିଶମ ବିଭାଗର ୫୪ ଜଣ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପଶ୍ଚିମବଙ୍ଗରେ ଅମ୍ପନ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଓଡିଶାରୁ ଯାଇଥିବା ଆଉ ୫୪ ଜଣ ଓଡ୍ରାଫ/ଏନଡ଼ିଆରଏଫ/ ଅଗ୍ନିଶମ ଅଧିକାରୀ ଆଜି କରୋନା ପଜିଟିଭ ଚିହ୍ନଟ ହେଵା ପରେ ମୋଟ ଓଡ୍ରାଫ/ଏନଡ଼ିଆରଏଫ/ ଅଗ୍ନିଶମ ଅଧିକାରୀ କରୋନା ପଜିଟିଭ ସଂଖ୍ୟା ୧୧୫କୁ ବୃଦ୍ଧି ପାଇଛି।

ତେବେ ରାଜ୍ୟରେ ଆଜି ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଭୁବନେଶ୍ୱରର ୩୮ ବର୍ଷୀୟ ମହିଳା ଓ ସେ ସୋରିଆସୀସ ରୋଗରେ ପୀଡିତ ଥିଲେ। ବର୍ତ୍ତମାନ ରାଜ୍ୟରେ ୧୦୯୨ ସକ୍ରିୟ ଆକ୍ରାନ୍ତ ଥିବାବେଳେ ୨୨୮୨ ଜଣ ସୁସ୍ଥ ହୋଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା କରୋନାରେ ୯ ଓ କରୋନା ବ୍ୟତୀତ ୩ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।

Comments are closed.