ରାଜ୍ୟରେ ୩୦ ଜିଲାରୁ ୪୨୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ବୁଧବାର ୩୦ ଜିଲାରୁ ୪, ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୮୫ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୧,୭୫୨ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ,୯୨, ୫୪୮କୁ ବୃଦ୍ଧି ହୋଇଛି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ କରୋନ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୪୭ ଜଣ ରହିଛନ୍ତି। ସେହିପରି କଟକ- ୫୭୭, ଅନୁଗୁଳ-୧୧୦, ବାଲେଶ୍ବର- ୧୬୧, ବରଗଡ଼- ୧୨୧, ଭଦ୍ରକ- ୧୩୬, ବଲାଙ୍ଗୀର- ୬୭, ବୌଦ୍ଧ- ୪୩, ଦେବଗଡ଼- ୨୨, ଢେଙ୍କାନାଳ- ୭୦, ଗଜପତି- ୪୨, ଜଗତସିଂହପୁର- ୨୦୫, ଯାଜପୁର- ୨୦୧, ଝାରସୁଗୁଡ଼ା- ୨୦୫, କଳାହାଣ୍ଡି- ୫୭, କନ୍ଧମାଳ-୫୫, କେନ୍ଦ୍ରାପଡ଼ା- ୧୪୮, କେନ୍ଦୁଝର- ୪୨, କୋରାପୁଟ- ୮୯, ମାଲକାନଗିରି- ୪୪, ମୟୁରଭଞ୍ଜ- ୧୩୯, ନବରଙ୍ଗପୁର- ୭୦, ନୟାଗଡ- ୫୦, ନୂଆପଡ଼ା- ୧୧୫, ପୁରୀ- ୨୧୯, ରାୟଗଡ଼ା- ୫୧, ସମ୍ବଲପୁର- ୧୧୧, ସୋନପୁର-୧୩୧, ସୁନ୍ଦରଗଡ଼- ୧୦୧ ଓ ଷ୍ଟେଟପୁଲରୁ ୧୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.