ହ୍ରାସ ପାଉଛି ସଂକ୍ରମଣ : ଆଉ ୭୨ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର : ସୋମବାର ରାଜ୍ୟରୁ ଆଉ ୭୨ ନୂଆ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୪୪ ଜଣ ସଂଗରୋଧରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୮  ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୬୯୨ କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରକୁ ଆଧାର କରି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ରାଜ୍ୟର ୧୯ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୮, ମୟୂରଭଞ୍ଜରୁ ୭, ବାଲେଶ୍ବର, ବରଗଡ଼ ଓ ଝାରସୁଗୁଡାରୁ ୬ ଜଣ ଲେଖାଁଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ଓ ଖୋର୍ଦ୍ଧାରୁ ୪ ଜଣ ଲେଖାଁଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଅନୁଗୋଳ, ବଲାଙ୍ଗୀର, ଦେବଗଡ଼,ରାୟଗଡା ଓ ସମ୍ବଲପୁରରୁ ୨ ଜଣ ଲେଖାଁଏ, ଢେଙ୍କାନାଳ, ଜଗତସିଂହପୁର, ସୁବର୍ଣ୍ଣପୁରରୁ ଏବଂ ଷ୍ଟେଟ ପୁଲରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତକାଲି ଆଉ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୨ହଜାର ୯୪୮ କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ୭୮୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଏଯାବତ ୭୮ ଲକ୍ଷ ୮୪ ହଜାର ୮୯୮ ନମୂନା ପରୀକ୍ଷା କରାଯାଇଛି।

Comments are closed.