ରାଜ୍ୟରେ ଆଜି ସୁସ୍ଥ ହେଲେ ୨ ହଜାର ୫୦୩ କରୋନା ଆକ୍ରାନ୍ତ

- ମୋଟ ସୁସ୍ଥ ସଂଖ୍ୟା ୬୭ ହଜାର ୮୨୬

ରାଜ୍ୟରେ ଆଜି ୨ ହଜାର ୫୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଖୋର୍ଦ୍ଧାରୁ ସର୍ବାଧିକ ୩୬୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୮୧, ଗଂଜାମରୁ ୨୦୪, ରାୟଗଡ଼ାରୁ ୧୮୦, ସମ୍ବଲପୁରରୁ ୧୪୯, ନୟାଗଡ଼ରୁ ୧୩୫, ବାଲେଶ୍ୱରରୁ ୧୩୨, ମୟୁରଭଞ୍ଜରୁ ୧୦୭ ଓ ପୁରୀରୁ ୧୦୨ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି କୋରାପୁଟରୁ ୯୫, ଝାରସୁଗୁଡ଼ାରରୁ ୭୧, ବରଗଡ଼, ଭଦ୍ରକ ଓ ବୌଦ୍ଧରୁ ୭୦ ଜଣ ଲେଖାଏଁ, ମାଲକାନଗିରିରୁ ୬୭, କନ୍ଧମାଳରୁ ୫୨, ଗଜପତିରୁ ୪୮, ନବରଂଗପୁରରୁ ୪୪, କେନ୍ଦ୍ରାପଡ଼ାରୁ ୪୩, କଳାହାଣ୍ଡିରୁ ୩୮, ବଲାଙ୍ଗୀରରୁ ୩୬, ଯାଜପୁରରୁ ୩୩, ସୁବର୍ଣ୍ଣପୁରରୁ ୨୬, କେନ୍ଦୁଝରରୁ ୨୧, ଢେଙ୍କାନାଳରୁ ୧୯, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୧୫ ଜଣ ଲେଖାଏଁ, ନୂଆପଡ଼ାରୁ ୭, ଅନୁଗୁଳରୁ ୩ ଓ ଦେବଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୬୭ ହଜାର ୮୨୬କୁ ବୃଦ୍ଧି ପାଇଛି।

Comments are closed.