ଆଜି ରାଜ୍ୟରେ ସୁସ୍ଥ ହେଲେ ୧୨୭୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୨୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହିତ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା ୨, ୯୬, ୫୧୬କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୧୧୬, ବାଲେଶ୍ୱର ୧୦୩, ମୟୂରଭଞ୍ଜ ୯୪, ଅନୁଗୁଳ ୬୬ ଜଗତସିଂହପୁର ୫୮, ବରଗଡ଼ ୫୫, କଳାହାଣ୍ଡି ୫୦, ନୂଆପଡ଼ା ୪୬, କେନ୍ଦୁଝର ୪୫, ବଲାଙ୍ଗୀର ୪୩, କେନ୍ଦ୍ରାପଡ଼ା ୪୧ ଓ ନବରଙ୍ଗପୁର ୪୦, ଢେଙ୍କାନାଳ ୩୫, ନୟାଗଡ଼ ୩୫ ଜଣ, ପୁରୀ ୩୪, ସମ୍ବଲପୁର ୩୦, ମାଲକାନଗିରି ୨୫, ସୁନ୍ଦରଗଡ଼ ୨୫, ଯାଜପୁର ୨୦, ରାୟଗଡ଼ା ୨୦, ଭଦ୍ରକ ୧୯ ଜଣ, ଝାରସୁଗୁଡ଼ା ୧୮, କୋରାପୁଟ ୧୭ ଜଣ, ସୁବର୍ଣ୍ଣପୁର ୧୬, ଗଞ୍ଜାମ ୧୪, କନ୍ଧମାଳ ୧୩, ଦେବଗଡ଼ ୧୧, ଗଜପତି ୫ ଓ ରାଜ୍ୟପୁଲରୁ ୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୟୁଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.