ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୪୪୮ କରୋନା ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ୨,୯୧,୧୩୭କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୪୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୬୧ ଓ କଟକରୁ ୧୦୭ କରୋନା ଆକ୍ରନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ବରଗଡ଼ ୯୯, ସୁନ୍ଦରଗଡ଼ ୯୮, କଳାହାଣ୍ଡି ୭୨, ଜଗତସିଂହପୁର ୭୦, ନୂଆପଡ଼ା ୬୮, କେନ୍ଦୁଝର ୬୬, ମୟୂରଭଞ୍ଜ ୬୬, ବାଲେଶ୍ବର ୫୮, ପୁରୀ ୫୭, ଅନୁଗୁଳ ୫୩, ଭଦ୍ରକ ୪୯, ବଲାଙ୍ଗିର ୪୯, କେନ୍ଦ୍ରାପଡ଼ା ୪୯, ସମ୍ବଲପୁର ୪୩, ଯାଜପୁର ୪୧, ଝାରସୁଗୁଡ଼ା ୨୯, ମାଲକାନଗିରି ୨୮, ନବରଙ୍ଗପୁର ୨୮, ଢେଙ୍କାନାଳ ୨୩, ସୋନପୁର ୨୨, ଗଞ୍ଜାମ ୧୯, କୋରାପୁଟ ୧୭, କନ୍ଧମାଳ ୧୨, ନୟାଗଡ଼ ୧୨, ରାୟଗଡ଼ା ୭. ଗଜପତି ୮, ଦେଓଗଡ଼ ୫ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୩୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସୁଦ୍ଧା ମୋଟ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା ୨,୯୧,୧୩୭କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Comments are closed.