ଆଜି ରାଜ୍ୟରେ କରୋନା ନେଲା ଆଉ ୧୦ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୫୫୬

ଭୁବନେଶ୍ବର: ରାଜ୍ୟରେ ସୋମବାର କରୋନା ଆଉ ୧୦ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୫୬କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଆଜି କରୋନାରେ ୧୦ ଜଣ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ବାଲେଶ୍ବର, ଭୁବନେଶ୍ବର, କଟକ, କଳାହାଣ୍ଡି, କୋରାପୁଟ, ନୟାଗଡ ଓ ରାୟଗଡ଼ା ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comments are closed.