ପୁଣି କରୋନା ନେଲା ୨ ଜୀବନ, ମୃତ୍ୟୁ ସଂଖ୍ୟା ୧୯୪୪କୁ ବୃଦ୍ଧି

ରାଜ୍ୟରେ ଆଜି କରୋନା ସଂକ୍ରମଣ ଯୋଗୁ ଆଜି ୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ହଜାର ୯୪୪କୁ ବୃଦ୍ଧି ପାଇଛି। ଆଜି ସୁଦ୍ଧା କୋଭିଡ ବ୍ୟତୀତ ଅନ୍ୟ ରୋଗରେ ୫୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ବରଗଡର ୭୫ ବର୍ଷୀୟ ମହିଳା ଓ ସୁନ୍ଦରଗଡ଼ର ଜଣେ ୩୨ ବର୍ଷୀୟ ମହିଳା ଅଛନ୍ତି। ଉଭୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ବରଗଡର ଆକ୍ରାନ୍ତ ମହିଳାଙ୍କର କରୋନା ସଂକ୍ରମଣ ଥିବା ବେଳେ ସୁନ୍ଦରଗଡ଼ର ଆକ୍ରାନ୍ତ ମହିଳା ଜଡ ମାନବତା ବା ହାଇପୋଥାଇରଏଡ଼ିଜ୍ମ ରୋଗରେ ପୀଡିତ ଥିଲେ।

Comments are closed.