ଆଉ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୧୬୮୭ ମୋଟ ମୃତ୍ୟୁ

ରାଜ୍ୟରେ ଦୈନନ୍ଦିନ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ହ୍ରାସ ହେଉନାହିଁ। ୨୪ ଘଣ୍ଟାରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୬ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାସହ ମୃତ୍ୟୁ ସଂଖ୍ୟା ୧୬୮୭ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣ ଥିବା ବେଳେ ପୁରୀରୁ ୩ ଏବଂ ଖୋର୍ଦ୍ଧା, ଯାଜପୁର, ଗଂଜାମ, ଢେଙ୍କାନାଳ, କଟକ, ଭୁବନେଶ୍ୱର, ଭଦ୍ରକ, ବରଗଡ଼ ଓ ଅନୁଗୁଳରୁ ଜଣେ ଲେଖାଏଁ ଅଛନ୍ତି। ୧୬ ଜଣ ମୃତକଙ୍କ ମଧ୍ୟରୁ ୩ ଜଣ କେବଳ କରୋନା ଆକ୍ରାନ୍ତ ଥିବାବେଳେ ଅନ୍ୟ ୧୩ ଜଣ କରୋନା ବ୍ୟତୀତ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ।

Comments are closed.