ଆଜି ରାଜ୍ୟରୁ ୫୮ ନୂଆ ପଜିଟିଭ ଚିହ୍ନଟ

ରାଜ୍ୟରେ ଦିନକରେ ୧୮ଟି ଜିଲ୍ଲାରୁ ଆଉ ୫୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗରୋଧରୁ ୩୪ ଓ ସ୍ଥାନୀୟ ଅଂଚଳରୁ ୨୪ ଜଣ ଅଛନ୍ତି। ଏହାକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୩ ଲକ୍ଷ ୩୬ ହଜାର ୬୩୬ରେ ପହଞ୍ଚିଛି। ଇତି ମଧ୍ୟରେ ୩ ଲକ୍ଷ ୩୪ ହଜାର ୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୧୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ ଓ ସମ୍ବଲପୁରରୁ ସର୍ବାଧିକ ୭ ଜଣ ଲେଖାଏଁ ରହିଥିବା ବେଳେ ବଲାଙ୍ଗୀର ଓ ମୟୁରଭଞ୍ଜରୁ ୫ ଜଣ ଲେଖାଏଁ, କଟକ ଓ ଯାଜପୁରରୁ ୪ ଜଣ ଲେଖାଏଁ, ବରଗଡ, ଝାରସୁଗୁଡା ଓ ନୂଆପଡ଼ାରୁ ୩ ଜଣ ଲେଖାଏଁ, ଅନୁଗୁଳ, ବୌଦ୍ଧ, ଦେଓଗଡ଼ ଓ ପୁରୀରୁ ୨ ଜଣ ଲେଖାଏଁ ଏବଂ ଖୋର୍ଦ୍ଧା, ନୟାଗଡ଼ ଓ ସୋନପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

Comments are closed.