ରାଜ୍ୟରେ ୩ ହଜାର ତଳକୁ ଖସିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ୩ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨ ହଜାର ୬୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧, ୫୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧, ୧୨୯ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୪୩୫ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୫୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୫୫, ବାଲେଶ୍ୱର ୭୩, ବରଗଡ ୫୩, ଭଦ୍ରକ ୪୮, ବଲାଙ୍ଗିର ୯୮, ବୌଦ୍ଧ ୪୮, କଟକ ୧୩୮, ଦେବଗଡ ୩୯, ଢେଙ୍କାନାଳ ୪୦, ଗଜପତିରୁ ୫୯ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୧୬, ଜଗତସିଂହପୁର ୬୭, ଯାଜପୁର ୧୨୭, ଝାରସୁଗୁଡା ୩୬, କଳାହାଣ୍ଡି ୯୫, କନ୍ଧମାଳ ୩୪, କେନ୍ଦ୍ରାପଡା ୪୦, କେନ୍ଦୁଝରରେ ୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ କୋରାପୁଟ ୪୧, ମାଲକାନଗିରି ୧୮, ମୟୁରଭଞ୍ଜ ୧୨୮, ନବରଙ୍ଗପୁର ୭୫, ନୟାଗଡ ୯୬, ନୂଆପଡା ୫୫, ପୁରୀ ୬୩, ରାୟଗଡା ୮୫, ସମ୍ବଲପୁର ୮୫, ସୋନପୁର ୨୯, ସୁନ୍ଦରଗଡ ୨୯୧ ଷ୍ଟେଟପୁଲରୁ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୭, ୪୮୭ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୨୨ ହଜାର ୮୬୭ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୧୨ଲକ୍ଷ ୬୨ ହଜାର ୧୦୨କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୦ ହଜାର ୪୯୩ ଜଣ ।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Comments are closed.